ବିଜେପି , ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଙ୍କୁ ରଣପୁର ନିର୍ବାଚନ ମଣ୍ଡଳି ମହଙ୍ଗା ପଡିବ
୫ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳି ରେ ଚଳିତ ବିଧାନସଭା ନିର୍ବାଚନ ରେ ନୁଆ ବିଜେପି ଓ ପୁରୁଣା ବିଜେଡି ମଧ୍ୟରେ ଲଢେଇ ହେବାର ସମ୍ଭାବନା ସ୍ପଷ୍ଟ ହେଉଥିବାବେଳେ ସୁରମା କୁ ଦଳ ଅଣଦେଖା କରିବା ଉଭୟ ବିଜେପି ର ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।ପ୍ରକାଶ ଯେ , ଉକ୍ତ ନିର୍ବାଚନ ମଣ୍ଡଳି ରୁ ଲଗାତର ୧୫ ବର୍ଷ ଧରି ବିଜେଡି ସହ ସଂଘର୍ଷ କରି ପରାଜୟ ହୋଇ ଆସୁଥିବା ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ଦଳୀୟ ସଂଗଠନ କୁ ରଣପୁର ରେ ସଜାଡି ରଖିଥିଲେ । ଏପରିକି ବ୍ଲକ ରେ ଅଧ୍ୟକ୍ଷା ପଦ ନିଜ ଅକ୍ତିଆର କୁ ନେବାକୁ ସକ୍ଷମ ହୋଇଥିଲେ ।

ହେଲେ ଚଳିତ ନିର୍ବାଚନ ରେ ଦଳ ସୁରମା ଙ୍କ ପରିବର୍ତେ ବ୍ଲକ ଅଧ୍ୟକ୍ଷା ଙ୍କ ସ୍ୱାମୀ ତଥା ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା ଙ୍କୁ ବିଧାୟକ ଭାବେ ପ୍ରାର୍ଥୀ କରିଛି ା ଏଭଳିସ୍ଥତିରେ ତାପସ କୁ ବିରିଧ କରିଛନ୍ତି ବିଜେପି କର୍ମୀ ଓ ନେତାମାନେ । ତାପସ ଙ୍କ ସହ କୌଣସି ବିଜେପି କର୍ମୀ ଙ୍କ ସମ୍ପର୍କନଥିବାବେଳେ ତଳସ୍ତରରେ ତାପସ ଙ୍କ ସଂଗଠନ ନାହିଁ ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେପି ନେତା ପଙ୍କୁ ନାୟକ । ଏପରିକି ସୁରମା ଙ୍କ ପରିଶ୍ରମ ଯୋଗୁଁ ତାପସ ଙ୍କ ପତ୍ନୀ ବ୍ଲକ ରେ ଅଧ୍ୟକ୍ଷା ପଦବୀ ପାଇଛନ୍ତି । ବର୍ତମାନ ତାପସ ନିଜର ନେତ୍ରୀ ସୁରମା ଙ୍କୁ ବିରୁଦ୍ଧ କରି ନିଜେ ବିଧାୟକ ପ୍ରାର୍ଥୀ ହେବା ଘଟଣା କୁ ତଳସ୍ତରରେ କର୍ମୀମାନେ ସହଜ ରେ ଗ୍ରହଣ କରୁନଥିବା ଜଣାପଡିଛି ।

ଅପରପକ୍ଷରେ ରଣପୁରରେ ସୁରମା ଙ୍କ ରହିଥିବା ସଂଗଠନ କୁ ବିଚାର କଲେ ତାଙ୍କୁ ଅଣଦେଖା କରି ଅନ୍ୟ ପ୍ରାର୍ଥୀ ଙ୍କୁ ନିର୍ବାଚନ ଯୁଦ୍ଧ କୁ ଓହଲାଇବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କର୍ମୀମାନେ ସୁଚନା ଦେଇଛନ୍ତି । ଅପରପକ୍ଷରେ ବିଜେଡି ରେ ବହୁ ଅସନ୍ତୁଷ୍ଟ ନେତା ଓ କର୍ମୀ ରହିଥିବାରୁ ସେମାନେ ଦଳ ପରିତ୍ୟାଗ କରି ଅନ୍ୟ ଦଳ କୁ ସମର୍ଥନ କରିବା ନେଇ ସୁଚନା ଦେଇଛନ୍ତି । ଏନେଇ ବରିଷ୍ଠ ବିଜେଡି କର୍ମୀ ତଥା ସଂଗଠକ ମୁନା ଷଡଙ୍ଗୀ ଙ୍କୁ ଯୋଗାଯୋଗ ପରେ ବିଧାୟକ ଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ବହୁ ବିଜେଡି କର୍ମୀ ଦଳ ପରିତ୍ୟାଗ କରିବେ ବୋଲି ଜଣାଇଛନ୍ତି ।
-
ବର୍ତମାନ ତାପସ ନିଜର ନେତ୍ରୀ ସୁରମା ଙ୍କୁ ବିରୁଦ୍ଧ କରି ନିଜେ ବିଧାୟକ ପ୍ରାର୍ଥୀ ହେବା ଘଟଣା କୁ ତଳସ୍ତରରେ କର୍ମୀମାନେ ସହଜ ରେ ଗ୍ରହଣ କରୁନଥିବା ଜଣାପଡିଛି ।
-
ରଣପୁରରେ ସୁରମା ଙ୍କ ରହିଥିବା ସଂଗଠନ କୁ ବିଚାର କଲେ ତାଙ୍କୁ ଅଣଦେଖା କରି ଅନ୍ୟ ପ୍ରାର୍ଥୀ ଙ୍କୁ ନିର୍ବାଚନ ଯୁଦ୍ଧ କୁ ଓହଲାଇବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ
-
ବିଜେପି ର ପରିବାରବାଦ ନୀତି କୁ କର୍ମୀ ଙ୍କ ବିରୋଧ – ବିଜେଡି ର ଅସନ୍ତୁଷ୍ଟ ନେବେ ନିର୍ଣ୍ଣାୟକ ଭୁମିକା
-
ବିଜେପି ପ୍ରାର୍ଥୀ ତାପସ ସମେତ ବିଜେପି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଙ୍କୁ ଦୃଢ ବିରୋଧ କରାଯିବ ବୋଲି ସୁରମା ଙ୍କ ସମର୍ଥକ ରଣଜିତ ପଟନାୟକ ସମେତ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଙ୍କ ସ୍ୱାମୀ ଅଭିଷେକ ସାମନ୍ତରାୟ ପ୍ରମୁଖ ସୁଚନା ଦେଇଛନ୍ତି ।
ସେହିଭଳି ପୁର୍ବତନ ବିଧାୟକ ତଥା ସାଂସଦ ରବି ମହାପାତ୍ର , ପୁର୍ବତନ ଏନଏସି ଉପାଧ୍ୟକ୍ଷ ଟୁଲୁ ପ୍ରହରାଜ ଭଳି ଏକାଧିକ ଯୁବ ସଂଗଠକ ଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ଭୁମିକା ବହନ କରିବ ବୋଲି ଜଣାପଡିଛି । ତେବେ ଚଳିତଥର ସୁରମା ଙ୍କ ବଦଳ ରେ ଜଣେ ନୁଆ ପ୍ରାର୍ଥୀ ଙ୍କୁ ବିଜେପି ଚୟନ କରିଥିବାରୁ ନିର୍ବାଚନ ଏକପାଖିଆ ହେବ ଓ ବିଜେଡି ବହୁ ଭୋଟରେ ବିଜୟୀ ହେବ ବୋଲି ଖଇରପଲ୍ଲୀ ପଚାଂୟତ ସରଂପଚ ବୃନ୍ଦାବନ ମହାନ୍ତି ଜଣାଇଛନ୍ତି । ଗୋଟିଏ ପରିବାରରେ ସ୍ତ୍ରୀ ଅଧ୍ୟକ୍ଷା ହୋଇଥିବାବେଳେ ସ୍ୱାମୀ ଜିଲ୍ଲା ସଭାପତି ସହ ପୁଣି ବିଧାୟକ ପ୍ରାର୍ଥୀ ହେବା ବିଜେପି ର ଏକ ପରିବାରବାଦ ରାଜନୀତି ବୋଲି ବିଜେପି ଦଳୀୟ କର୍ମୀମାନେ ଅଭିଯୋଗ କରିଛନ୍ତି ।
ସେହିଭଳି ଯଦି ଟିକେଟ ଚୟନ କୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ଦୁର କରିବାରେ ରାଜ୍ୟ ନେତୃତ୍ୱ ବିଫଳ ହୁଅନ୍ତି ତେବେ ଏଠାରେ ବିଜେପି ପ୍ରାର୍ଥୀ ତାପସ ସମେତ ବିଜେପି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଙ୍କୁ ଦୃଢ ବିରୋଧ କରାଯିବ ବୋଲି ସୁରମା ଙ୍କ ସମର୍ଥକ ରଣଜିତ ପଟନାୟକ ସମେତ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଙ୍କ ସ୍ୱାମୀ ଅଭିଷେକ ସାମନ୍ତରାୟ ପ୍ରମୁଖ ସୁଚନା ଦେଇଛନ୍ତି । ଟିକେଟ କୁ ନେଇ ରଣପୁର ନିର୍ବାଚନ ମଣ୍ଡଳିରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଥିବାବେଳେ ଖବର ଲେଖା ହେବା ସୁଦ୍ଧା ବିଜେଡି ସୁବିଧାଜନକ ସ୍ଥିତିରେ ରହିଥିବା ଆକଳନ କରାଯାଇଛି ।













