ଓଡିଶା ତାଜା ନ୍ୟୁଜ୍ (୩୧ ଜୁଲାଇ ଶୁକ୍ରବାର ) ଭୁବନେଶ୍ୱର :- ରୋଷେଇ ଘରେ ସକାଳ ଓ ସନ୍ଧ୍ୟାରେ ବ୍ୟବହାର ହେଉଥିବା କଡ଼େଇ ଓ ତାୱାର ପ୍ରଭାବ ଗ୍ରହଙ୍କ ଉପରେ ପଡ଼ିଥାଏ । ବାସ୍ତୁ ଅନୁଯାୟୀ ଏହାକୁ ବ୍ୟବହାର କରିବାର ଶୈଳୀ ଆମ ଜୀବନ ଉପରେ ପଡ଼ିଥାଏ । ରୋଷେଇ ଘରେ କଡ଼େଇ ଓ ତାୱା ଅଧିକ ସମୟ ଅପରିଷ୍କାର ହୋଇ ପଡ଼ିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ବାରମ୍ବାର ଗୋଟିଏ କଡ଼େଇ ଓ ତାୱାକୁ ଭଲ ଭାବେ ନଧୋଇ ବ୍ୟବହାର କଲେ ଘରର ପୁରୁଷଙ୍କ କ୍ଷତି ହୋଇଥାଏ ।
ରାତିରେ ରୋଷେଇ ଘରେ ଅଇଁଠା ବାସନା ରଖିବା ଉଚିତ ନୁହେଁ । ରାତିରେ ତାୱା ଧୋଇ କରି ରଖନ୍ତୁ । ଯେଉଁ କଡ଼େଇ ଓ ତାୱା ବ୍ୟବହାର ଉପଯୋଗୀ ନୁହେଁ, ତାହାକୁ ରୋଷଇ ଘରେ ରଖନ୍ତୁ ନାହିଁ । ଏହା କୁପ୍ରଭାବ ପକାଏ ତାୱା ଓ କଡ଼େଇକୁ ଓଲଟାଇ ରଖନ୍ତୁ ନାହିଁ । ଗ୍ୟାସ ବନ୍ଦ ହେବା ପରେ ତାୱାକୁ ଏହା ଉପରେ ରଖନ୍ତୁ ନାହିଁ । ଖାଦ୍ୟ ପ୍ରସ୍ତୁତ କରିବାର ସ୍ଥାନର ଡ଼ାହାଣ କଡ଼ରେ କଡ଼େଇ ଓ ତାୱା ରଖନ୍ତୁ । ଲେମ୍ବୁ ଓ ଲୁଣରେ ତାୱା ସଫା କରନ୍ତୁ । ତାୱା ଓ କଡ଼େଇ ସଫା ରହିବା ଦ୍ୱାରା ଭାଗ୍ୟରେ ଓ ସ୍ୱାସ୍ଥ୍ୟରେ କିଛି ସୁପରିବର୍ତନ ହୋଇଥାଏ ।