ବଦଳିଲା ସକାଳୁଆ ସ୍କୁଲ : ସମୟ ୬.୩୦ରୁ ୧୦.୩୦

ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ )  ଦଶପଲ୍ଲା :-> ପୂର୍ବବର୍ଷ ମାନକଂର ସମସ୍ତ ରେକର୍ଡ ଭାଂଗି , ଡହଡହ ଖରାରେ ସନ୍ତୁଳି ହେଉଛି ଦଶପଲ୍ଲା । ୧୦ଟା ବାଜିଲେ ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି । ଅତି ଆବଶ୍ୟକ ସ୍ଥଳେ ଛତା, ମୁଣ୍ଡରେ ଓଦା ଗାମୁଛା ପକାଇବାକୁ ପଡ଼ୁଛି । ଇତ୍ୟବସରରେ ବିଦ୍ୟାଳୟ ଗୁଡିକର ସକାଳୁଆ ସମୟ ନିର୍ଘଣ୍ଟକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଂକ ଚିନ୍ତା ବଢି ଯାଇଥିଲା ।

ବିଗତ ବର୍ଷ ମାନଙ୍କରେ ସମୟ ନିର୍ଘଣ୍ଟ ସକାଳ ୬.୩୦ରୁ।୧୦.୩୦ ଥିଲେ ହେଁ ଚଳିତ ବର୍ଷ ୭ଟାରୁ ୧୧.୩୦ ରଖାଯାଇଥିଲା । କୋମଳମତି ଛାତ୍ରଛାତ୍ରୀ ୧୧.୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ରହି ବିଦ୍ୟାଳୟରୁ ଦୂର ଦୂରାନ୍ତକୁ ଡହ ଡହ ଖରାରେ କିଭଳି ଘର ବାହୁଡା କରିବେ ତାକୁ ନେଇ ଟେନସନ ବଢି ଯାଇଥିଲା । ସକାଳୁଆ ସ୍କୁଲ ସମୟର ପରିବର୍ତ୍ତନ ତଥା ପୁନର୍ବି ଚାର ପାଇଁ ଦାବୀ ହେଉଥିଲା। ଏଥୁ ନେଇ ଗତକାଲି ସକାଳୁଆ ସ୍କୁଲ ସମୟର ପୁନର୍ବିଚାର ପାଇଁ ଦାବୀ କରାଯାଇଥିଲା ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଠାରୁ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଅତୀତରେ ସକାଳୁଆ ସମୟ ନିର୍ଘଣ୍ଟକୁ ବେଖାତିର କରି ଅନେକ ଶିକ୍ଷକ ବହୁ ବିଳମ୍ବରେ ବିଦ୍ୟାଳୟକୁ ଯାଇ ଶୀଘ୍ର ଘର ବାହୁଡା କରୁଥିବା ଅଭିଯୋଗ ହୋଇଥିଲା । ଚଳିତ ବର୍ଷ ସକାଳୁଆ ସ୍କୁଲ ସମୟରେ ଏଥୁପ୍ରତି ଦୃଷ୍ଟି ଦେବା ଅପରିହାର୍ଯ୍ୟ ହୋଇ ପଡିଛି ।