୪ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ମରଣଯନ୍ତା ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ । ରାଜପଥ ଉପରେ ଆଣ୍ଠୁଏ ଆଣ୍ଠୁଏ ଖାଲ । ସ୍ଥାନୀୟ ଏସ୍ର୍ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଉପରେ ନାଳ ଓ ଡ୍ରେନେଜ୍ ପାଣି ଜମି ରହୁଥିବାରୁ ଯାତାୟାତ ସମୟରେ ସେହି ଗର୍ଭ ଜାଣିବା ସମ୍ଭବ ହେଉନାହିଁ ।

ଖାଲି ସେତିକି ନୁହେଁ ଖାଲ ମରାମତି କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଆଖି ବୁଜି ଦେଇଥିବା ବେଳେ ବଡ଼ବଡ଼ ପଥର ପକାଇ ଏହାକୁ ଘୋଡ଼ାଇ ଦିଆଯାଇଛି । ଯାହାକି ଏସବୁ ପଥରଖଣ୍ଡ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି। ଦୈନିକ ଏଭଳି ଛୋଟବଡ଼ ଅନେକ ଦୁର୍ଘଟଣା ଘଟୁଛି

ସିରିଜ୍ ଦୁର୍ଘଟଣା ଦ୍ବାରା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବାଇକ୍ ଆରୋହୀ ଗୁରୁତର ହେଉଛନ୍ତି । ଯାହାକି ଗତକାଲି ଅନେକ ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଜରିପାଟଣା ଗ୍ରାମର ରାକେଶ କୁମାର ସାହୁ ନାମକ ଜଣେ ଯୁବକ ଗୁରୁତର ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ରାସ୍ତାପାର୍ଶ୍ଵରେ ଥିବା ଡ୍ରେନେଜ୍ ପୋତି ଦିଆଯିବା ଦ୍ବାରା ଏସବୁ ପାଣି ରାସ୍ତାରେ ଜମି ରହିବା ସହ ଖାଲଗୁଡ଼ିକ ଜଣାପଡୁନି । ଏଥିପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।













