୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ରଣପୁର ବ୍ଲକ ଥାନା କନ୍ଧନୟାଗଡ ବାସିନ୍ଦା ତଥା ନୟାଗଡ ଜିଲା ବିଜେପି ସଭାପତି ତାପସ ରଂଜନ ମାର୍ଥାଙ୍କୁ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେପି ତରଫରୁ ପ୍ରାର୍ଥୀ କରାଯାଇଥିବାରୁ ଚାନ୍ଦପୁର ଅଂଚଳରେ ଖୁସିର ଲହାରୀ ଖେଳିଯାଇଛି । ଶ୍ରୀ ମାର୍ଥା ଯୁବସମାଜସେବୀ ହିସାବରେ ବହୁ ସାମାଜିକ ସଂଗଠନ ସହିତ ଜଡିତ ଓ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛନ୍ତି । ତାଙ୍କ ଧର୍ମପତ୍ନୀ ନିର୍ମଳା ବେହେରା ରଣପୁର ପଂଚାୟତ ସମିତିର ଅଧ୍ଯକ୍ଷା ରୂପେ ଦାୟିତ୍ଵ ନିର୍ବାହ କରୁଛନ୍ତି ।
କନ୍ଧନୟାଗଡ ଏପରି ଏକ ଗ୍ରାମ ଯେଉଁ ଗ୍ରାମର ପ୍ରଜାମଣ୍ଡଳ ଆନ୍ଦୋଳନ, ସାଧୀନତା ଆନ୍ଦୋଳନ, ରାଜନୀତି, ସମାଜସେବା ଓ ରାଜ୍ୟ ପ୍ରଶାସନରେ ପ୍ରମୁଖ ଭୂମିକା ରହିଆସିଛି । ରଣପୁର ପ୍ରଜା ଆନ୍ଦୋଳନରେ ଏହି ଗ୍ରାମର ଅନେକ ଲୋକ ଅଂଶଗ୍ରହଣ କରିଥିଲେ । ୧୯୪୮ ମସିହାରେ ଗଡଜାତ ମିଶ୍ରଣ ହେଲା ପରେ ଏହି ଗ୍ରାମର ସ୍ବାଧୀନତା ସଂଗ୍ରାମୀ ମୁରଲୀଧର ଦାସ ରଣପୁରର ପ୍ରଥମ ମନିନୀତ ବିଧାୟକ ରୂପେ କାର୍ଯ୍ୟ କରିଥିଲେ ।
୧୯୬୧ ମସିହା ବିଧାନ ସଭା ନିର୍ବାଚନରେ ଏହି ଗ୍ରାମର ବିଶିଷ୍ଟ ଆଇନଜୀବୀ ରାମଚନ୍ଦ୍ର ରାମ ଅବିଭକ୍ତ କମ୍ୟୁନିଷ୍ଟ ଦଳର ପ୍ରାର୍ଥୀ ଭାବେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ଦୀର୍ଘ ଦିନ ପରେ ଏହି ଗ୍ରାମର ଯୁବକ ତାପସରଂଜନଙ୍କୁ ବିଜେପି ଦଳର ବିଧାୟକ ପ୍ରାର୍ଥୀ ରୂପେ ଦଳ ମନୋନୀତ କରିଥିବା ହେତୁ ଏହି ଅଂଚଳରେ ଖୁସିର ଲହରୀ ଖେଳିଯାଇଛି.














