No Result
View All Result
୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ପାରଳା ଏବଂ ମୋହନା ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ। ଗଜପତି ଜିଲ୍ଲା ର ଜିଲ୍ଲା କଂଗ୍ରେସ ସଭାପତି ସହ ମୋହନା ବିଧାୟକ ଅଛନ୍ତି ଦାଶରଥି ଗମାଙ୍ଗ। ସେ ମୋହନା ଗସ୍ତରେ ଆସି ବିରୋଧି ଦଳକୁ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଘୋଷଣା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ତେରଛା ବାଣ ମାରି ଘାଇଲା କରିଥିଲେ। ଆଜି ରାଜ୍ୟ କଂଗ୍ରେସ ପୁଣି ଚଳିତ ବିଧାନସଭା ନିମନ୍ତେ ଆସ୍ତା ପ୍ରକଟ କରି ଟିକେଟ ଦେଇଛି।ଏହା ସଙ୍ଗେ କଂଗ୍ରେସ ରୁ ମୋହନା ବିଧାନସଭା କ୍ଷେତ୍ର ପାଇଁ ଆଶାୟୀ ଥିବା କେତକ ପ୍ରାର୍ଥୀ ମିଥ୍ୟାରେ ବିଧାୟକଙ୍କ ବିରୋଧରେ ପ୍ରଚାର କରୁଥିବାରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳରୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ କଟୁ ମନ୍ତବ୍ୟ ଦେଇ ଘଟଣାକୁ ଖଣ୍ଡନ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ମୋହନା ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବିଷୋୟୀ ଙ୍କ ସମେତ କେତକ ସରପଞ୍ଚ, ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ରହି ଚଳିତ ନିର୍ବାଚନରେ ଦୁଇ ଦଳ ପ୍ରାର୍ଥୀ ଘୋଷଣା କରିପାରୁନଥିବା ପ୍ରକାଶ କରିଛନ୍ତି ଦାଶରଥି ଗମାଙ୍ଗ। ମୋହନା ନିର୍ବାଚନ ମଣ୍ଡଳୀ ଲୋକ ଟଙ୍କା ପଛରେ ନ ଗୋଡ଼ାଇ ଗରିବ ପ୍ରାର୍ଥୀ ଦାଶରଥି ଗମାଙ୍ଗ ଙ୍କୁ ପୂର୍ବଭଳି ଅଧିକ ଭୋଟରେ ବିଜୟୀ କରିବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି। ଗତ ପାଞ୍ଚ ବର୍ଷ ବିଧାୟକ ରହି ସରକାରଙ୍କ ଅଧିକାରୀ ମାନଙ୍କ ସହ ରହି ମୋହନା ସମେତ ନିର୍ବାଚନ ମଣ୍ଡଳୀରେ ଥିବା ଚାରୋଟି ବ୍ଲକରେ ବହୁତ୍ କାର୍ଯ୍ୟ କରିଛି ବୋଲି ପ୍ରକାଶ କରିଥିଲେ। ଚଳିତ ନିର୍ବାଚନରେ ପୁଣି ଜନସାଧାରଣ ମୋ ପ୍ରତି ବିଶ୍ଵାସ ରଖି ବହୁ ଭୋଟ ରେ ବିଜୟୀ କରିବେ ବୋଲି ପ୍ରକାଶ କରିଥିଲେ। ଶ୍ରୀ ଗମାଙ୍ଗ ଟିକେଟ ଘୋଷଣା ହେବା ପରେ ନିଜ ସମର୍ଥକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।
No Result
View All Result