No Result
View All Result
୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) କଟକ :-> ଲଉଡ଼ି ଖେଳ ଗୋପାଳ କୁଳର ଏକ ପାରମ୍ପାରିକ ମହାନ ପର୍ବ । ମହାପୁରୁଷ ଅଚ୍ୟୁତାନନ୍ଦ ରାଧାକୃଷ୍ଣଙ୍କ ଦର୍ଶନ ଓ ଭାବପ୍ରୀତିକୁ ଲଉଡ଼ି ବା ଗୋପାଳ ଓଗାଳ ମାଧ୍ୟମରେ ରଚନା କରିଛନ୍ତି । ଲଉଡି ଖେଳରେ ବହୁ ଆଧ୍ୟାତ୍ମିକ ,ସାମାଜିକ ଓ ସାଂସ୍କୃତିକ ଭାବନା ସ୍ବତପୁତ ଭାବରେ ଜଡିତ ରହିଛି ବୋଲି ବହୁ ମହାମନୀଶ ମତବ୍ୟକ୍ତ କରିଛନ୍ତି।
![](https://odishatazanews.com/wp-content/uploads/2024/04/CUTTACK3-2-300x173.jpg)
ମାନବ ଜାତିକୁ ଆଧ୍ୟାତ୍ମିକ ଚେତନା ପ୍ରଦାନ କରିବାରେ ଲଉଡି ଖେଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୋପାଳପୁଅଙ୍କ ସହିତ ମିଶି ଲଉଡି ଖେଳିଥିଲେ ବୋଲି ବିଭିନ୍ନ ମହାପୁରୁଷମାନଙ୍କ ରଚନାବଳିରେ ପ୍ରମାଣ ରହିଛି । ଏହି ପରିପେକ୍ଷୀରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ରାୟ ରଘୁନାଥପୁର,
![](https://odishatazanews.com/wp-content/uploads/2024/04/CUTTACK2-2-300x160.jpg)
ଉକୁନ୍ଦରା ନାରାୟଣ ପୀଠ ସ୍ତଳୀରେ ଏକ ଲଉଡ଼ି ମହୋତ୍ସବ ଏବଂ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ମହୋତ୍ସବ ରେ ମୁଖ୍ୟଅତିଥି ଭାବେ ଶିକ୍ଷ୍ୟାବିତ ଗୋପାଳ ଚନ୍ଦ୍ର ମିଶ୍ର ଯୋଗଦେଇ ଏହି ଲଉଡ଼ି ମାହୋତ୍ସବକୁ ଉଦଘାଟନ କରିଥିଲେ ।
![](https://odishatazanews.com/wp-content/uploads/2024/04/CUTTACK5-2-300x175.jpg)
ଅନ୍ୟ ମାନଙ୍କ ମଧ୍ୟରେ ରାୟରଘୁନାଥପୁର ଯୁବକ ସଂଘର ସମ୍ପାଦକ ଆଇନୀଜୀବୀ ରଶ୍ମି କାନ୍ତ ବେହେରା, କ୍ଳବର ସଦସ୍ୟ ବନମାଳୀ ବେହେରା , ଜ଼ିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସମାଜସେବୀ ତାପସ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
![](https://odishatazanews.com/wp-content/uploads/2024/04/CUTTACK4-2-300x175.jpg)
ଆୟୋଜିତ ଲଉଡି ଖେଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବ ଦଶଗୋଟି ଲଉଡ଼ି ଖେଳାଳି ଦଳକୁ ଅତିଥିମାନେ ଉସ୍ଚାହିତ କରିଥିଲେ। ଶେଷରେ ବିଜେତା ଦଳକୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି ଲଉଡ଼ି ମହୋତ୍ସବ ପରମ୍ପରା ଏଠାରେ ଦୀର୍ଘ ୧୭ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଅଛି । ଏହି ସମସ୍ତ କାର୍ଯ୍ୟ କ୍ରମକୁ ରାୟରଘୁନାଥପୁର ଯୁବକ ସଂଘ ର ସଦସ୍ୟ ଓ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।
![](https://odishatazanews.com/wp-content/uploads/2024/04/CUTTACK6-274x300.jpg)
![](https://odishatazanews.com/wp-content/uploads/2024/03/Odish-Tazanews-Ripotars-4-194x300.jpg)
No Result
View All Result