୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି ବିଜୁ ଜନତା ଦଳ ପକ୍ଷରୁ ଆଜି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଲୋକସଭା ପାଇଁ ତୃତୀୟ ପର୍ଯ୍ୟାୟରେ ଦଳ ଲୋକସଭା ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।
ବିଜେଡି ଦ୍ୱାରା ବିଧାନସଭା ନିର୍ବାଚନ ନିମନ୍ତେ ଘୋଷିତ ପ୍ରାର୍ଥୀ ତାଲିକା :-
(୧). ବ୍ରଜରାଜନଗର – ଅଳକା ମହାନ୍ତି (୨). ଝାରସୁଗୁଡ଼ା – ଦୀପାଳି ଦାସ (୩). ତଳସରା – ବିନୟ କୁମାର ଟପ୍ପୋ (୪). ସୁନ୍ଦରଗଡ଼ – ଯୋଗେଶ ସିଂହ (୫). ରାଜଗାଙ୍ଗପୁର – ଅନୀଲ ବାର୍ଲା (୬). ବଣାଇ – ଭୀମସେନ ଚୌଧୁରୀ (୭). ଯଶୀପୁର – ଚକ୍ରଧର ହେମ୍ବ୍ରମ୍ (୮). ଉଦଳା – ଶ୍ରୀନାଥ ସୋରେନ୍ (୯). ବାରିପଦା – ସାନନ୍ଦ ମାରାଣ୍ଡି (୧୦). ବଡ଼ସାହି – ଅନସୂୟା ପାତ୍ର (୧୧). ମୋରଡ଼ା – ପ୍ରୀତିନନ୍ଦା କାନୁନଗୋ (୧୨). ସୋର – ମାଧବ ଧଡା (୧୩). ଆଠ ମଲିକ – ନଳିନୀ କାନ୍ତ ପ୍ରଧାନ (୧୪). ବୀରମହାରାଜପୁର – ପଦ୍ମନାଭ ବେହେରା
(୧୫). ଖଡ଼ିଆଳ – ଅଧିରାଜ ପାଣିଗ୍ରାହୀ (୧୬). ଫୁଲବାଣୀ – ଜୟଶ୍ରୀ କହଁର (୧୭). ମାହାଙ୍ଗା – ଅଙ୍କିତ ପ୍ରତାପ ଜେନା (୧୮). ତିର୍ତ୍ତୋଲ – ରମାକାନ୍ତ ଭୋଇ (୧୯). ଜଗତସିଂହପୁର – ପ୍ରଶାନ୍ତ କୁମାର ମୁଦୁଲି (୨୦). ଭୁବନେଶ୍ୱର ଉତ୍ତର – ସୁଶାନ୍ତ କୁମାର ରାଉତ (୨୧). ଏକାମ୍ର – ଅଶୋକ ଚନ୍ଦ୍ର ପଣ୍ଡା (୨୨). ଖଲ୍ଲିକୋଟ – ସୂର୍ଯ୍ୟମଣି ବୈଦ୍ୟ (୨୩). ଆସିକା – ମଞ୍ଜୁଳା ସ୍ୱାଇଁ (୨୪). ବ୍ରହ୍ମପୁର – ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ (୨୫). ପାରଳାଖେମୁଣ୍ଡି – ରୂପେଶ ପାଣିଗ୍ରାହୀ (୨୬). ମୋହନା – ଅନ୍ତର୍ଯ୍ୟାମୀ ଗମାଙ୍ଗୋ (୨୭). ପଟାଙ୍ଗୀ – ପ୍ରଫୁଲ୍ଲ ପାଙ୍ଗୀ
ବିଜେଡି ଦ୍ୱାରା ଲୋକସଭା ନିର୍ବାଚନ ନିମନ୍ତେ ଘୋଷିତ ପ୍ରାର୍ଥୀ ତାଲିକା :-
(୧). ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ (୨). ଭଦ୍ରକ- ମଞ୍ଜୁଲତା ମଣ୍ଡଳ (୩). ବରଗଡ଼- ପରିଣୀତା ମିଶ୍ର (୪). ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର (୫). କେନ୍ଦୁଝର – ଧନୁର୍ଜୟ ସିଦ୍ଧୁ