No Result
View All Result
୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ l ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣକୁ ଗିରଫ କରାଯାଇଛି l ସେମାନେ ହେଲେ ମୋହନାର ରାମକୃଷ୍ଣ ସାହୁ (୪୦) , ଶୁସାନ୍ତ ସାହୁ (୩୪) ଓ ଅଡବା ଥାନା ବାମପଦl ଗାଁର ସୋମନାଥ ଜlନୀ (୨୮) l ଏହି ଗଞ୍ଜେଇ ଜବତ ସହ ଗୋଟିଏ କାର ଓ ଟ୍ରାକ୍ଟର ଜବତ କରାଯାଇଥିବା ଥାନା ଅଧିକାରୀ ବସନ୍ତ ସେଠୀ ପ୍ରକାଶ କରିଛନ୍ତି l

ପୋଲିସ ସୁତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ୍.କୁମାର ଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଓ ପୋଲିସ ଟିମ୍ ମଙ୍ଗଳବାର ସକାଳେ କମଳାପୁର ଛକରେ ପେଟ୍ରୋଲିଂ କରୁଥିଲେ ସେହି ସମୟରେ ଏକ କାର ଓ ଟ୍ରାକ୍ଟର କୁ ସନ୍ଦେହରେ ଯାଞ୍ଚ କରିଥିଲେ l ଯାଞ୍ଚ ପରେ ଟ୍ରାକ୍ଟର ରେ ୧୯୭ କିଲୋଗ୍ରାମ ଗଞ୍ଜେଇ ଚୋରାରେ ଚାଲାଣ ହେଉଥିବା ଜଣlପଡ଼ିଥିଲା .

ଟ୍ରାକ୍ଟର ସହ ଉକ୍ତ ଗଞ୍ଜେଇ ଜବତ କରାଯାଇଛି l ଏହା ସହ ଗଞ୍ଜେଇ ବୋଝେଇ ଟ୍ରାକ୍ଟର କୁ ସୁରକ୍ଷା କରି ନେଉଥିବା ଏକ କାର୍ କୁ ମଧ୍ୟ ଜବତ କରିଛନ୍ତି ମୋହନା ଥାନା ଅଧିକାରୀ l ଉକ୍ତ ଗଞ୍ଜେଇ ଚୁଡଙ୍ଗପୁର ଅଞ୍ଚଳ ରୁ ବ୍ରହ୍ମପୁର ଚାଲାଣ ହେଉଥିବା ଜଣାପଡିଛି l ଗଞ୍ଜେଇ ଚାଲାଣ ଅଭିଯୋଗ ରେ ପୋଲିସ ୩ ଜଣକୁ ଗିରଫ କରିଛନ୍ତି l ଅଧିକ ପଚରାଉଚରା ପରେ ବୁଧବାର କୋର୍ଟ ଚାଲାଣ କରାଯାଇଛି l ଜବତ ଗଞ୍ଜେଇ ର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ମୋହନା ପୁଲିସ ସୁତ୍ରରୁ ପ୍ରକାଶ ।

No Result
View All Result