୨୦୦୫ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭଦ୍ରକ :-> ଧାମନଗର ବ୍ଲକ ଅନ୍ତର୍ଗତ ଏସ,ଏ,ଜେ ହାଇସ୍କୁଲ ଦୋବଲ ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୫ ମସିହା ବ୍ୟାଚର ବନ୍ଧୁ ମିଳନ ସ୍ଥାନୀୟ ମଠବାଡି ଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ବ୍ୟାଚର ପିଲାମାନେ ବନ୍ଧୁ ମିଳନ କରିଥିଲେ। ପିଲାମାନେ ଅତୀତ ସ୍କୁଲ ଜୀବନର ସ୍ମୁତି କୁ ମନେପକାଇ ଭାବ ବିହ୍ୱଳ ହୋଇଥିଲେ ।ପିଲାମାନେ ଫେରିଆସନ୍ତା କି ପିଲାଦିନ ଏକ ଶୀର୍ଷକ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀ ମାନେ ସ୍କୁଲ ଜୀବନର ଅନୁଭୂତିକୁ ବଖାଣି ଥିଲେ । ସ୍କୁଲ ଜୀବନର କିପରି ରୋମାଞ୍ଚକର ଓ ସ୍ମୁତି ମଧୁର ଥିଲା ତାହା ଆଲୋଚନା କରିଥିଲେ । ଅପରାହ୍ନ ରେ ଭୋଜନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।