ଓଡିଶା ତାଜା ନ୍ୟୁଜ୍ (୩୦ ଜୁଲାଇ ଗୁରୁବାର) କଳାହାଣ୍ଡି ଜିଲ୍ଲା :- କଳାହାଣ୍ଡି ଜିଲ୍ଲା କଳାମୁଣ୍ଡା ବୁକ୍ଲ ରିଷିଡା ପଞ୍ଚାୟତରେ ଚାଷୀଙ୍କୁ ଘାରିଲା ପାଣି ସମସ୍ଯା ବିଭାଗୀୟ କର୍ତ୍ତୃପକ୍ଷ ନିରବ ଏପଟେ ପାଣି ସମସ୍ଯାକୁ ନେଇ ଗଜିଲେ ବିରୋଧିଦଳ ନେତା ପଦୀପ୍ତ ନାଏକ l ଧାନ ଚାଷ କୁ ନେଇ ଚାଷୀ ମୁଣ୍ଡରେ ପଡିଲା ଚଡକ୍ l ଆସାଢ ଗଲା ଶ୍ରାବଣ ବି ସରିବାକୁ ହେଲାଣି କିନ୍ତୁ ବର୍ଷାର ଦେଖା ନାହିଁ l ଯଦି ବା ହେଉଛି କେଉଁଠି ଗୋଟିଏ ଅସରା କି ଦି ଅସରା ,ତାହା ପୁଣି ନିୟମିତ ନୁହେଁ l ଫଳରେ ପଛେଇ ଗଲାଣି ଚାଷ କାର୍ଯ୍ୟ l ତେବେ ଛିନ୍ ଛୁଟିଆ ବର୍ଷାକୁ ନେଇ ଚାଷୀଙ୍କ ମନରେ ଦ୍ବନ୍ଦ ଉପୁଜି ଥିବା ବେଳେ ଆଗକୁ ବର୍ଷା ଯଦି ନହୁଏ ଏନେଇ ଚିନ୍ତାରେ ଚାଷୀ କୁଳ l ଏଦୃଶ୍ୟ ହେଉଛି କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ର l
ଚିତାଲାଗି ଅମାବାସ୍ୟା ବେଳକୁ ରୁଆ ବେଉଷଣ ସରିବା କଥା l କିନ୍ତୁ ଚାଷ ଜମି ମାନଙ୍କରେ ପାଣି ନଥିବା ହେତୁ କିଛି ସ୍ଥାନରେ ଜମି ଫାଟିକି ଆଁ କରିବା ସହିତ ଧାନ ଗଛ ସବୁ ମରିବାରେ ଲାଗିଛି l ଏବଂ ଅଣ ଜଳସେଚିତ ଜମି ମାନଙ୍କରେ ତଳି ରୋପଣ କରିବା ପାଇଁ ନାଁ ଧରୁନି l ଯେଉଁଠାରେ ପାଣି ସୁବିଧା ରହିଛି ସେଠାରେ ହିଁ ପମ୍ପ କିମ୍ବା ଉଠାଜଳ ମଧ୍ୟମରେ ଚାଳିଛି ତଳି ରୋପଣ କାର୍ଯ୍ୟ l ଆଉ ବାକି ଯେତକ ରହିଛି ସେସବୁ ମାଟି ଫାଟିକି ଆଁ କଲାଣି l ତେବେ ବ୍ଲକ୍ କୃଷି ବିଭାଗ ରୁ ମିଲିଥିବା ତଥ୍ୟ ଅନୁଜାୟୀ ବ୍ଲକ୍ ରେ ମୋଟ ୧୪ ହଜାର ୮୩୦ ହେକ୍ଟର ଚାଷ ଜମି ରହିଥିବା ବେଳେ ସେଥି ମଧ୍ୟରୁ ୮ ହଜାର ୭ ଶହ ୮୦ ହେକ୍ଟର ଚାଷ ଜମି ରେ କରାଯାଉଛି ଧାନ ଚାଷ l ଆଉ ବାକି ରହିଲା ୬ ହଜାର ୫୦ ହେକ୍ଟର୍ ଚାଷ ଜମି l
ଯାହାକି କପା,ଚିନାବାଦାମ୍,ମକା ଭଳି ଅନେକ ଚାଷ କରାଯାଇଛି l ପାଣିପାଗ ତଥ୍ୟ ଅନୁସାରେ ଜୁନ୍ ମାସରେ ୨୪୦ ମିଲି.ମିଟର୍ ବର୍ଷା ରେକର୍ଡ୍ କରା ଯାଇଥିବା ବେଳେ ଜୁଲାଇ ମାସର ପ୍ରଥମ ସପ୍ତାହରେ ୧୧୭.୪୦ ମିଲି.ମିଟର ବର୍ଷା ରେକର୍ଡ୍ କରାଯାଇଛି l ଅନ୍ୟପଟେ ଉତ୍ତେଇ ଜଳ ସେଚନ ପ୍ରକଳ୍ପ ରେ ପାଣି କମ୍ ହେତୁ , କେନାଲ ଗୁଡିକରେ ଚାଷୀଙ୍କ ଆବସ୍ୟକ ମୁତାବକ ପାଣି ଆସୁ ନଥିବାରୁ ଆହୁରି ମଧ୍ୟ ଚାଷିଙ୍କ ଚିନ୍ତା କୁ ଦ୍ବିଗୁଣିତ କରି ଦେଇଛି l (କଳାହାଣ୍ଡି ଜିଲ୍ଲା ରୁ ଶ୍ରୀ ଛାୟାକାନ୍ତ ନାଏକ ଙ୍କ ରିପୋର୍ଟ)