ଉତ୍କଳ ଦିବସ ଅବସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣ ଧାର କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କଲେ ଅତିଥି ….

୧ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର, ଉଦୟଗିରି  :-> ଗଜପତି ଜିଲ୍ଲା ମୋହନା ବ୍ଲକ ଜିଲ୍ଲା ର ଶେଷ ସୀମାରେ ଅବସ୍ଥିତ ଅଟେ ମୋହନା ବସଷ୍ଟାଣ୍ଡ ଠାରେ ଥିବା ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ଅବସ୍ଥିତ। ଆଜି ଏପ୍ରିଲ ପହିଲା ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। ଏହି ଦିବସରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସ୍ଵତନ୍ତ୍ର ପ୍ରଦେଶ ଗଠନ ରେ ମୂଳ କର୍ଣ୍ଣଧାର ଥିଲେ।

ବହୁ ବରେଣ୍ୟ ସ୍ୱାଥିନତା ସଂଗ୍ରାମୀ ମଧ୍ୟରେ କୃଷ୍ଣ ଚନ୍ଦ୍ର ଗଜପତି ଅନ୍ୟତମ ଥିଲେ। ସ୍ଥାନୀୟ ବସଷ୍ଟାଣ୍ଡ ଥିବା ଗଜପତି କୃଷ୍ଣ ଚନ୍ଦ୍ର ଙ୍କ ପ୍ରତିମୂର୍ତ୍ତି ରେ ସ୍ଥାନୀୟ ତହସିଲଦାର ସତ୍ୟବାନ୍ ନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ସହ ନୂତନ ମନୋନୀତ ହୋଇଥିବା ଓକିଲ ସଂଘ ସଭାପତି ସନ୍ତୋଷ କୁମାର ପାଢ଼ୀ, ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ମାର୍ସଲ ନାୟକ, ସାମ୍ବାଦିକ

ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିବା ସଙ୍ଗେ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଗୁଣ ଗାନ କରିବା ସହ ଗଜପତି ଙ୍କ ଉତ୍କଳ ପ୍ରଦେଶ ଗଠନ ଦିଗରେ ଗଜପତିଙ୍କ ଅବଦାନ ସମ୍ପର୍କରେ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ଅବଗତ କରାଇଥିଲେ। ଏହି ଉତ୍ସବରେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଙ୍କ ସମେତ ସ୍ଥାନୀୟ ଅନେକ କର୍ମକର୍ତ୍ତା, ଯୁବକ ସଙ୍ଗ, ବ୍ୟବସାୟୀ ସଂଘ ର ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।