ଓଡିଶା ତାଜା ନ୍ୟୁଜ୍ (୩୦ ଜୁଲାଇ ଗୁରୁବାର) ଭବାନୀପାଟଣା :- କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ମହାମାରୀ କରୋନାର ଭୟାବହତା ବଢ଼ି ଚାଲୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସଙ୍ଗରୋଧ କେନ୍ଦ୍ର, ଗାଁ,ସହର ବସ୍ତି ଅଞ୍ଚଳରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ ସାମାଜିକ ଦୂରତାକୁ ନେଇ ଏବେ ପ୍ରଶ୍ନ ଉଠିଛି । କେସିଙ୍ଗା ବ୍ଳକ ଅନ୍ତର୍ଗତ ହାତୀଖୋଜ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟନ ସମୟରେ ସାମାଜିକ ଦୂରତା ରହୁ ନ ଥିବା ଓ
ଜନ ସାଧାରଣ ମାସ୍କ ବ୍ୟବହାର ନ କରି ଲମ୍ବା ଧାଡ଼ିରେ ଭିଡ଼ ଲଗାଇ ରାସନ ସାମଗ୍ରୀ ପଞ୍ଚାୟତରୁ ସଂଗ୍ରହ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ପଞ୍ଚାୟତର ହାତୀଖୋଜ , କୁଲହାରିଗୁମ୍ଫା , ସିଲେଟପଡା , ପିପଲପଦର , ସିଙ୍ଗାରିବାହାଲ , ପଥରଖଣ୍ଡି , ଭାଲୁଡୁଙ୍ଗୁରୀ ଗ୍ରାମର ହିତାଧିକାରୀ ମାନେ ପଞ୍ଚାୟତକୁ ଆସୁଥିବା ବେଳେ ସାମାଜିକ ଦୂରତା ରଖୁ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ( ରିପୋର୍ଟ- ଛାୟାକାନ୍ତ ନାଏକ)