No Result
View All Result
୩୧ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଅନ୍ତର୍ଗତ ମୋହନା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇ ଫଳାଫଳ ଘୋଷଣା ହୋଇଛି। ନିର୍ବାଚନ ଅଧିକାରୀ ମଧୁସୂଦନ ପାଢ଼ୀ ଘୋଷଣା କରି ପ୍ରକାଶ କରିଛନ୍ତି ସମସ୍ତ କର୍ମକର୍ତ୍ତା ମନୋନୀତ ହୋଇଥିବା ପ୍ରକାଶ ସଭାପତି ଭାବେ ବରିଷ୍ଟ ଓକିଲ ସନ୍ତୋଷ କୁମାର ପାଢ଼ୀ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସିମାଞ୍ଚଳ କାର୍ଜୀ ଉପସଭାପତି, ପଦ୍ମନାଭ ପତି ସମ୍ପାଦକ,

ଯୋଷଫ ମାଝୀ ସହ ସମ୍ପାଦକ, କୋଷାଧ୍ୟକ୍ଷ ଭାବେ ପ୍ରଭାତ ଚାନ୍ଦ ପାଇକ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ସଙ୍ଗେ ଗ୍ରନ୍ଥାଗାର ସମ୍ପାଦକ ରୁପେ ସୁଶାନ୍ତ କୁମାର ମଲ୍ଲିକ, ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ ସୁଦର୍ଶନ ସାହୁ, ରବୀନ୍ଦ୍ର ନାୟକ, ପ୍ରଭାତ ପାତ୍ର, ଦୁର୍ଯ୍ୟଧନ କରଡ଼ା, ଗଣେଶ ଚୌଧୁରୀ, ପ୍ରମୁଖ ମନୋନୀତ ହୋଇଥିବା ଫଳାଫଳ ରୁ ଜଣାପଡ଼ିଛି। ଏହି କମିଟି ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ପ୍ରକାଶ ପାଇଛି।

No Result
View All Result