No Result
View All Result
୩୦ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଟକ :->. ପାହାଳ ଥାନା ଅନ୍ତର୍ଗତ ଫୁଲନଖରା -ନିଆଳୀ ମାଧବ ରାସ୍ତ କଡ଼ରେ ଥିବା ପଞ୍ଚବଟୀ ବଜାର ଜୟର ଶାସନରେ ବାବା ବଟେଶ୍ୱର ମହାଦେବଙ୍କ ମନ୍ଦିର ରହିଛି । ବଟବୃକ୍ଷ ମୂଳରେ ପୂର୍ବରୁ ଏକ ଛୋଟ ମନ୍ଦିରରେ ପୂଜା ପାଇ ଆସୁଥିବାରୁ ତାଙ୍କୁ ବଟେଶ୍ୱର ମହାଦେବ ଭାବେ ସମସ୍ତେ ପୂଜା କରନ୍ତି । ପଞ୍ଚବଟୀ ଜୟରଶାସନର ବଟେଶ୍ୱରଙ୍କ ପୀଠରେ ଦୋଳ ପୂର୍ଣ୍ଣିମା ଯିବାର ପାଞ୍ଚଦିନ ପରେ ଏଠାରେ ମେଳନ ହୁଏ ।

ଏହି ମେଳନରେ ପାଞ୍ଚ ଗୋଟି ଦୋଳବିମାନ ଏକତ୍ରିତ ହୋଇଥାନ୍ତି । ଏଣୁ ଉକ୍ତ ମେଳନକୁ ପଞ୍ଚୁ ଦୋଳ ମେଳନ କୁହାଯାଏ । ପଞ୍ଚୁ ଦୋଳ ମେଳନର ପୂର୍ବଦିନ ଚତୁର୍ଥୀ ରାତିରେ ଗୁଆଳୀର ଗୋପିନାଥ ଦେବ, ଜଗନ୍ନାଥପୁରର ଗୋପିନାଥ ଦେବ, ଗୋହଳ ଚାରିଘରିଆର ରାଧାକାନ୍ତଦେବ ଏବଂ ଗୋହଳର ମଦନମୋହନ ଦେବ ୪ ଗୋଟି ଦୋଳବିମାନ ନିଜ ନିଜ ଗ୍ରାମରୁରାତିରେ

ବାହାରି ବାଜାବାଣ ରୋଷଣୀ କରି ଭୋରୁ ଭୋରୁ ଆସି ପଞ୍ଚବଟୀର ବଟେଶ୍ୱର ମହାଦେବଙ୍କ ପୀଠରେ ପହଞ୍ଚି ବଟେଶ୍ୱରଙ୍କ ବିମାନ ଗୁଆଳୀର ଗୋପିନାଥ ଦେବଙ୍କ ବିମାନ ମଧ୍ୟରେ ହରିହର ଭେଟ ହେଲାପରେ ନିଜ ନିଜ ସ୍ଥାନରେ ଯାଇ ବସି ଥାନ୍ତି । ପଞ୍ଚୁଦୋଳରେ ସକାଳୁ ରାତି ୧୧ ପର୍ଯ୍ୟନ୍ତ ଓଡିଶୀ ସଂକୀର୍ତ୍ତନ କାର୍ଯ୍ୟ କରାଯାଏ ।

ସଂକୀର୍ତ୍ତନ ଶେଷ ହେବାପରେ ମେଳଣକୁ ଆସିଥିବା ୪ ଗୋଟି ବୀମାନକୁ ବଟେଶ୍ୱରଙ୍କ ପକ୍ଷରୁ ଭୋଗହାଣ୍ଡି ପ୍ରଦାନ କରାଯାଇଥିଲା । ଶେଷରେ ଆତସବାଜୀ ପ୍ରଦର୍ଶନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ମେଳାର ମୁଖ୍ୟତ ମୁଢି ମାଂସ, ବରା ,ଚକୁଳି ମାଂସ ତରକାରୀର ନାଁ ଥିବାରୁ ମେଳଣକୁ ଆସିଥିବା ହଜାରହଜାର ଲୋକ ବରା ,

ଚକୁଳୀ ମାଂସ ତରକାରୀ ଖାଇଥାନ୍ତି । ଏହି ମେଳଣରେ ଚଳିତବର୍ଷ ବିଭିନ୍ନ ଦୋଦାନ ଖୋଲିଥିଲା ।ଲୋକମାନେ ମେଳଣ ଦେଖିବା ସହିତ ବିଭିନ୍ନ ପ୍ରକାର ଜିନିଷ କିଣୁଥିବା ଦେଖିବାକୁ ମିଳିଥିଲା । ପ୍ରବଳ ଜନ ସମାଗମ ପାଇଁ ମେଳଣ ଶାନ୍ତି କମିଟିର ସଦସ୍ୟ ଏବଂ ପାହାଳ ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

No Result
View All Result