କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ ଭବାନୀପାଟଣା – ଲଳିତା ନାଏକ

କଳାହାଣ୍ଡି ଜିଲାର ୪ଟି ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥୀନୀ/ପ୍ରାର୍ଥୀନୀଙ୍କ ନାମ ଘୋଷାଣା କରାଯାଇଛି ।

ଜୁନାଗଡ ନିର୍ବାଚନ ମଣ୍ଡଳୀରେ ଦିବ୍ୟଶଙ୍କର ମିଶ୍ର,

ଧର୍ମଗଡ ପୁଷ୍ପେନ୍ଦ୍ର ସିଂଦେଓ,

ଭବାନୀପାଟଣା ଲଳିତା ନାଏକ

ଲାଞ୍ଜିଗଡ ପ୍ରଦୀପ ଦିଶାରୀଙ୍କ ନାମ ଘୋଷଣା କରାଯାଇଛି ।

୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଳାହାଣ୍ଡି :-> ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀନୀ/ପ୍ରାର୍ଥୀନୀ ଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କଳାହାଣ୍ଡି ଜିଲାର ନର୍ଲାକୁ ଛାଡି ୪ଟି ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥୀନୀ/ପ୍ରାର୍ଥୀନୀଙ୍କ ନାମ ଘୋଷାଣା କରାଯାଇଛି ।

ଜିଲାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ ପୁଷ୍ପେନ୍ଦ୍ର ସିଂଦେଓ, ଭବାନୀପାଟଣା ଲଳିତା ନାଏକ ଓ ଲାଞ୍ଜିଗଡ ପ୍ରଦୀପ ଦିଶାରୀଙ୍କ ନାମ ଘୋଷଣା କରାଯାଇଛି ।ଉପରୋକ୍ତ ୪ଜଣଙ୍କ ମଧ୍ୟରୁ ୩ ପୁରୁଣା ମୁହଁ ଥିବାବେଳେ ନୂଆମୁହଁ ଭାବେ ବିଜେଡି ମହିଳା କାର୍ଡ ଖେଳି ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ସ୍ତ୍ରୀ ଲଳିତା ନାଏକଙ୍କୁ ଟିକେଟ ଦେଇଛି ।

୨୦୦୦ରେ ବିଜେଡି ସେତେବେଳେ ଥିବା କୋକସରା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମା’ ରୋଶନି ସିଂଦେଓଙ୍କୁ ବିଧାୟକ ପ୍ରାର୍ଥୀନୀ ଭାବେ ଟିକେଟ ଦେଇଥିଲା । ଏହାପରଠୁ ଜିଲାରେ ବିଜେଡି ମହିଳାଙ୍କୁ ଟିକେଟ ଦେଉ ନ ଥିଲା । ରୋଶନିଙ୍କ ପରେ ଏବେ ଲଳିତା ବିଜେଡିର ଦ୍ୱିତୀୟ ବିଧାୟକ ପ୍ରାର୍ଥୀନୀ ପୂର୍ବରୁ ଲଳିତା ଭବାନୀପାଟଣା ପୌରପାଳିକାରେ ପୌରଧ୍ୟକ୍ଷା ରହିଥିବାବେଳେ ବର୍ତ୍ତମାନ ସେ ଜିଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ।

ସେହିପରି ଲଳିତାଙ୍କ ସ୍ୱାମୀ ଦୁଷ୍ମନ୍ତ ୨୦୧୯ ସାଧାରଣ ନିର୍ବାଚନରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଛିଡା ହୋଇଥିବାବେଳେ ଭାଜପା ପ୍ରାର୍ଥୀ ପ୍ରଦିପ୍ତ ନାଏକଙ୍କଠାରୁ ପରାଜୟ ହୋଇଥିଲେ । ଏବେ ଦୁଷ୍ମନ୍ତଙ୍କୁ ଦଳ ଟିକେଟ ନ ଦେଇ ମହିଳା କାର୍ଡ ଖେଳି ତାଙ୍କ ସ୍ତ୍ରୀ ଲଳିତାଙ୍କୁ ବିଧାୟକ ପ୍ରାର୍ଥୀନୀ ଭାବେ ଟିକେଟ ଦେଇଛି । ତେବେ ବିଜେଡିର ଏହି ମହିଳା କାର୍ଡକୁ ଲୋକେ କେତେ ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣାପଡିବ ।