ଭୁୁବନେଶ୍ୱର(ଓଡିଶା ତାଜା ନିଉଜ୍) ଭୁୁବନେଶ୍ୱର, 5T କୁ ସର୍ବାନ୍ତକରଣ ରେ କାର୍ଯ୍ୟକାରୀ କରି ସାଧାରଣ ଜନତାଙ୍କ ପାଇଁ ଏକ ବିଶ୍ୱସ୍ଥ ଉତ୍ତରଦାୟୀ “ମୋ ସରକାର” ସୃଷ୍ଟି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଅଭିନବ କର୍ମଶାଳା ଆୟୋଜିତ ହୋଇଯାଇଛି ।
ଆଜି ପୂର୍ବାହ୍ନ ରେ କୃଷି ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଏହି କର୍ମଶାଳାକୁ ଉଦଘାଟନ କରି କହିଥିଲେ ଯେ ” ଆମପାଇଁ ଦିନରାତି ଏକ କରି ଖରା-ବର୍ଷାରେ ଖଟୁଥିବା ଚାଷୀଙ୍କୁ ଆମେ ଉପଯୁକ୍ତ ସମ୍ମାନ ଦେବା ଓ ତାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା ସବୁ ତାଙ୍କ ପାଖରେ କିପରି ତୁରନ୍ତ ପହଞ୍ଚିବ ତାହା ଆମେ ନିଶ୍ଚିତ କରିବା ।”
ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ କହିଥିଲେ , ଆମେ ଏଠାରେ ଯୋଜନା ପ୍ରଣୟନ କରୁଛୁ କିନ୍ତୁ ଏହା କିପରି ଚାଷୀ ପାଖରେ ପହଞ୍ଚିପାରିବ , ସେଥିପାଇଁ ଆମ ମାନସିକତା ରେ ପରିବର୍ତ୍ତନ ଆବଶ୍ୟକ ।
ଏହି କର୍ମଶାଳାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ , ଉଦ୍ୟାନ କୃଷି ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗର ସମସ୍ତ ରାଜ୍ୟସ୍ତରୀୟ ଅଧିକାରୀ , କର୍ମଚାରୀ ତଥା ସମସ୍ତ ନିଗମର ଅଧକ୍ଷ ଏବଂ କୃଷି ବିଭାଗ ର ଉପଦେଷ୍ଟା ପ୍ରମୁଖ ଯୋଗଦେଇଥିଲେ ।