ମୋହନା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଟିକେଟ କୁ ନେଇ କର୍ମୀ ଓ ବିଧାୟକ ଆଶାୟୀ ପ୍ରାର୍ଥୀଙ୍କ ମେଳି ପରେ ଅନ୍ୟ ଦଳର ପ୍ରାର୍ଥୀଙ୍କ ବିଜୟ ହାସଲ ସମ୍ଭାବନା ଅଧିକ …

୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ଚାରୋଟି ବ୍ଲକ ମୋହନା, ଆର.ଉଦୟଗିରି, ନୂଆଗଡ ଓ ରାୟଗଡ଼ ରହିଛି। ଏହି ଚାରୋଟି ବ୍ଲକରେ ୯୬ ଟି ଗ୍ରାମ ପଞ୍ଚାୟତ ଅନାର୍ଭୁକ୍ତ ଅଟେ। ମୋହନା ବ୍ଲକରେ କେବଳ ୩୯ଟି ଗ୍ରାମ ପଞ୍ଚାୟତ ରହିଛି। ଏହି ଚାରୋଟି ବ୍ଲକରେ ବିଧାୟକ ଆଶାୟୀ ପ୍ରାର୍ଥୀ ଙ୍କ ସଂଖ୍ୟା ଅନେକ ଥିବା ବେଳେ ପ୍ରତି ବ୍ଲକରୁ ବିଜେଡି ବିଧାୟକ ଆଶାୟୀ ରହିଛନ୍ତି। ଯଦି ନିର୍ବାଚନ ସମୟରେ ଦଳ ମଧ୍ୟରେ ପ୍ରାର୍ଥୀଙ୍କୁ ନେଇ ଗୋଷ୍ଟି କନ୍ଦଳ ହୁଏ ତେବେ ଅନ୍ୟ ଦଳ ପ୍ରାର୍ଥୀ ବିଜୟୀ ହେବା ସମ୍ଭାବନା ଅଧିକ ରହିଛି।

ସେହି ପରି ମୋହନା ର ପୂର୍ବତନ ବିଧାୟକ ତଥା ଦିବଙ୍ଗତ ନେତା ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ପରେ ତିନି ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ କେବଳ ଥରେ ମାତ୍ର ବିଜେଡି ଦଳ ମୋହନା ନିର୍ବାଚନରେ ବିଜୟୀ ହୋଇଛି। ଏହି ପରି ପୂର୍ବରୁ ନିର୍ବାଚନ ଗୁଡ଼ିକୁ ଦେଖିଲେ ଜଣାପଡୁଛି ଦଳ ମଧ୍ୟରେ ପ୍ରାର୍ଥୀଙ୍କୁ ନେଇ ଗୋଷ୍ଟି କନ୍ଦଳ ହୁଏ ତେବେ ଅନ୍ୟ ଦଳ ପ୍ରାର୍ଥୀ ବିଜୟୀ ହେବା ସମ୍ଭାବନା ଅଧିକ ରହିଛି। ବର୍ତ୍ତମାନ ଦେଖିବାକୁ ମିଳୁଛି ସମସ୍ତ ଆଶାୟୀ ପ୍ରାର୍ଥୀ ଏକ ହୋଇ ବିଜେଡି ର ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ କୁ ବିରୋଧ କରିବା ପାଇଁ ମୋହନା ବିଜୁ କଲ୍ୟାଣ ମଣ୍ଡପ ଠାରେ କିଛି ସ୍ଥାନୀୟ ନେତା ଓ କର୍ମୀ ଏକତ୍ରିତ ହୋଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଥିଲେ|

ଟିକେଟ ନ ମିଳିଣୁ ମୋହନା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଟିକେଟ କୁ ନେଇ ଅସନ୍ତୁଷ୍ଟ ଦେଖିବାକୁ ମିଳିଛି। ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଅନେକ ଆଶାୟୀ ପ୍ରାର୍ଥୀ ଥିବା ବେଳେ ୨୦୧୯ ନିର୍ବାଚନ ରେ ପ୍ରାର୍ଥୀ ହୋଇଥିବା ପୂର୍ଣ୍ଣବାସି ନାୟକ କିମ୍ବା ତାଙ୍କ ସ୍ଵାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗ କୁ ଟିକେଟ ନ ଦେବା ପାଇଁ ସିଧା ସିଧା ବିରୋଧ କରିଛନ୍ତି ଅନେକ ବରିଷ୍ଠ କର୍ମକର୍ତ୍ତା ମାନେ। ମୋହନା ନିର୍ବାଚନ ମଣ୍ଡଳୀ ଆଦିବାସି ଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କୁଇ କନ୍ଧ, ସୌରା ଓ ମାଲା ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ର ଲୋକଙ୍କୁ ଟିକେଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି।

ଯଦି ଅନ୍ତର୍ଯ୍ୟାମୀ ଗମାଙ୍ଗ କିମ୍ୱା ତାଙ୍କ ପରିବାର ଙ୍କୁ ଟିକେଟ ଦିଆଯାଏ ତା ହେଲେ ବହୁ ବ୍ୟବଧାନ ରେ ବିଜେଡ଼ି ହାରିବା ସୁନିଶ୍ଚିତ ବୋଲି ଆଶାୟୀ ପ୍ରାର୍ଥୀ ମୋଷା ମାଝୀ କହିବା ସହ ଆଗାମୀ ନିର୍ବାଚନ ରେ ସମୂହ ଦଳ ଛାଡ଼ିବା ପାଇଁ ବାଧ୍ୟ ହେବୁ ବୋଲି ସମସ୍ତ ଆଶାୟୀ ଓ କର୍ମୀ ଚେତାବନୀ ଦେଇଛନ୍ତି। ଏମିତି କି ଅନ୍ତର୍ଯ୍ୟାମୀ ଗମାଙ୍ଗ ବିଜେପି ରୁ ଆସିଛନ୍ତି ପୁଣି ସେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହି ଙ୍କ ସହ ଭିତିରି ସମ୍ପର୍କ ରହିଛି ଯଦି ବିଜେଡ଼ି ଟିକେଟ ନ ଦିଏ ତା ହେଲେ ବିଜେପି ପକ୍ଷରୁ ଲଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଅଭିଯୋଗ କରିଛନ୍ତି ବହୁ ବିଜେଡ଼ିର ବରିଷ୍ଠ କର୍ମକର୍ତ୍ତା ରାୟଗଡ଼ ବ୍ଲକ ର ଚିକୁ ସାହୁ,

ସାଂସଦ ପ୍ରତିନିଧି ରିଙ୍କୁ ପାଣି, ଆର.ଉଦୟଗିରି ବ୍ଲକ ର ବିଜୁ ଯୁବ ଜନତା ଦଳର ସମ୍ପାଦକ ଏକେଶ୍ୱର ମହାଙ୍କୁଡ, ମୋହନା ବ୍ଲକ ର ସାଂସଦ ପ୍ରତିନିଧି ଭାସ୍କର ସାହୁ, ଏସ ଡି ସି ସଦସ୍ୟ ହାଡ଼ିଆ କନ୍ଧ, ପୂର୍ବତନ ସରପଞ୍ଚ ତଥା ଆଶାୟୀ ପ୍ରାର୍ଥୀ ମୋସା ମାଝୀ, ମାଣ୍ଡିମେରା ପଞ୍ଚାୟତ ର ଆଦିବାସୀ ଯୁବନେତା ଶ୍ରୀକାନ୍ତ ମଲ୍ଲିକ, ଉତ୍କଳ ପାଣ ଖ୍ରୀଷ୍ଟିଆନ ସଭାପତି ଅଭୟ ପରିଛା, ଯୁବନେତା ଅନୁକ ଶବର, ବିରିକୋଟ ସମିତି ସଭ୍ୟ ନାଥନ ଗମାଙ୍ଗ, ନାଏବ ସରପଞ୍ଚ ପାଉଲ ଦଳବେହେରା, ପୂର୍ବତନ ସମିତି ସଭ୍ୟ ଉମା ଚରଣ ସାହୁ ଓ ବିଭିନ୍ନ ବ୍ଲକ ର କର୍ମୀମାନେ ଉଚିତ୍ ଲୋକଙ୍କୁ ଟିକେଟ ଦେବାପାଇଁ ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ଅଧ୍ୟକ୍ଷ ଙ୍କୁ ନିବେଦନ କରିଛନ୍ତି।