No Result
View All Result
୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ସମ୍ବଲପୁର :- ଭୁବନେଶ୍ୱର ଶଙ୍ଖ ଭବନରେ ଆଜି ବିଜୁ ଯୁବ ଜନତା ଦଳ ର ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଏବଂ ସମ୍ବଲପୁର ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, ସମ୍ବଲପୁର ଜୋନ୍ ସଭାପତି ଦେବାଶିଷ ପରିଡା ଯୋଗଦାନ କରିଥିଲେ I
ଚଳିତ ନିର୍ବାଚନରେ ତୃଣମୂଳସ୍ତରରେ ଏକାଠି ହୋଇ କାର୍ଯ୍ୟ କରିବା ସହ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଆୟୋଜିତ ଏହି ବୈଠକରେ ବିଜୁ ଯୁବ ଜନତା ଦଳର ନେତା ତଥା କର୍ମୀ ସମସ୍ତେ ସଂକଳ୍ପ ନେଇଛନ୍ତି I ବୈଠକରେ ବିଜୁ ଯୁବ ଜନତା ଦଳ ର ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତି ମାନେ ଉପସ୍ଥିତ ଥିଲେ ।
No Result
View All Result