• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡନ୍ତୁ : ଭୃଗୁ ବକ୍ସିପାତ୍ର

Proprietor Abhimanyu Maharana by Proprietor Abhimanyu Maharana
July 30, 2020
in Uncategorized, ଓଡ଼ିଶା, କରୋନା, ଦେଶ, ରାଜନୀତି, ହୋମ୍
0
କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡନ୍ତୁ : ଭୃଗୁ ବକ୍ସିପାତ୍ର
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୩୦ ଜୁଲାଇ ଗୁରୁବାର) ଭୁବନେଶ୍ୱର :- ଭୁବନେଶ୍ୱର , ଦୀର୍ଘ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନୀରବଚ୍ଛିନ୍ନ ଭାବେ ଗଂଜାମରୁ ବିଜୟୀ ହୋଇ ଆସୁଛନ୍ତି । ଏଭଳି ବହୁମତ ଓ ସମର୍ଥନ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ମିଳିନଥିଲା । ଅବିଭକ୍ତ ଗଂଜାମ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭାରୁ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ଅକୁଣ୍ଠଚିତରେ ସମର୍ଥନ ମିଳିଛି । ଏହା ସତ୍ୱେ ବି ଗଂଜାମର ମୌଳିକ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା କ୍ଷେତ୍ରରେ ଆନୁସଙ୍ଗିକ ଭିତିଭୂମିର ବିକାଶ ହୋଇନାହିଁ । ଫଳସ୍ୱରୂପ ବର୍ତମାନ କରୋନାର ସ୍ଥିତି ସାଂଘାତିକ ଆଡକୁ ଗତି କରିଛି । କରୋନା ପ୍ରାରମ୍ଭରୁ ଅନେକ ଅବ୍ୟବସ୍ଥା ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଏହି ସଂପର୍କରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ପ୍ରବାସରେ ଥିବା ଗଂଜାମ ଜିଲ୍ଲାର ଶ୍ରମିକମାନେ ଯେବେ ଫେରିବା ଆରମ୍ଭ କଲେ, ସେହିସମୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରହିଲା ନାହିଁ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଲା ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ହାତବାରେସୀ ଓ ହାତଗଣତି ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା କରୋନା ମୁକାବିଲାର ଅପଚେଷ୍ଟା ଚାଲିଛି । ଏହା ଫଳସ୍ୱରୂପ ଯେଉଁ ପରିସ୍ଥିତି ହେଲା ପ୍ରତ୍ୟେକଦିନ କରୋନା ଯୋଗୁଁ ଲୋକ ପୋକମାଛି ଭଳି ମୃତ୍ୟୁବରଣ କରୁଛନ୍ତି । ଦିନକୁ ଦିନ କରୋନା ଅଧିକରୁ ଅଧିକ ପୁରପଲ୍ଲୀ, ସାହିସାହି, ଗାଁଗଣ୍ଡାରେ, ସହରାଚଂଳର ଗଳକନ୍ଦିରେ କରୋନା ଗ୍ରାସ କରିଚାଲିଛି । ବିଗତ ୪-୫ ମାସ ଧରି ହେଲା ଆକ୍ରାନ୍ତ ଓ ବ୍ୟାପ୍ତତାର ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଦୈନିକ ଭିନ୍ନ ଭିନ୍ନ ଅପରିପକ୍ୱ ନିୟମ ଏକଚାଟିଆ ଭାବରେ ତିଆରି କରୁଛନ୍ତି ଯେଉଁଥିରେ ଅନ୍ୟ କାହାରି ସଂପୃକ୍ତି ନଥିବା ଜଳଜଳ ହୋଇ ଦିଶୁଛି । ଯଥା- ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ, ଡାକ୍ତରଖାନା, ସଂଗରୋଧ, ସଂଗରୋଧ କେନ୍ଦ୍ର ପରିଚାଳନା, ଆମ୍ବୁଲାନ୍ସ ସଂଖ୍ୟା ଓ ପରିଚାଳନା, କରୋନା ଯୋଦ୍ଧା ମାନଙ୍କ ସୁରକ୍ଷା, ରୋଗୀମାନଙ୍କୁ ରିପୋର୍ଟ ଦେବା, କୋଭିଡ ଚିକିତ୍ସାଳୟର ଶଯ୍ୟାର ଅଭାବି କଥା, ଭେଂଟିଲେଟର, ଆଇ.ସି.ୟୁର ସଂଖ୍ୟାରେ ବୃଦ୍ଧି, ଅଧିକ କୋଭାକ୍ସ ପରୀକ୍ଷଣ ଯନ୍ତ୍ର ମାଧ୍ୟମରେ ଟେଷ୍ଟ କରିବା, ପ୍ଲାଜମା ଉପଚାର ମାଧ୍ୟମରେ ଚିକିତ୍ସା, ଲକଡାଉନ, ସଟଡାଉନ, କଂଟେଟମେଂଟ କେନ୍ଦ୍ର ନିଷ୍ପତି କ୍ଷେତ୍ର, ସାଧାରଣ ସ୍ଥାନର ଜୀବାଣୁମୁକ୍ତ ବ୍ୟବସ୍ଥା ଏହିଭଳି କୌଣସିଟି କଥାରେ ରାଜନୈତିକ, ସାମାଜିକ ସଙ୍ଗଠନ, ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ, ସାମ୍ବାଦିକ ଆଦି କୌଣସି ବ୍ୟକ୍ତିଙ୍କୁ କରୋନା ନିୟନ୍ତ୍ରଣରେ ସହଭାଗିତା କରାଯାଇନାହିଁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

ଇତିମଧ୍ୟରେ ବିଭିନ୍ନ ଲୋମହର୍ଷଣକାରୀ ଘଟଣା ଜିଲ୍ଲାର କୋଣଅନୁକୋଣ ପ୍ରତ୍ୟେକ ଦିନ ଘଟି ଚାଲିଛି । ଯଥା ଶେରଗଡରେ ଅବସରପ୍ରାପ୍ତ ଶିକ୍ଷକ, ହିଂଜିଳି ଗୋଦରାପଲ୍ଲୀର ମା ଓ ପୁଅ ଏବଂ କୋଦଳାରେ ଜଣେ କରୋନା ଯୋଦ୍ଧା ପୋଲିସ ଏ.ଏସ.ଆଇଙ୍କ ମୃତ୍ୟୁପରେ ଶବ ନଉଠିବା । ଆମ୍ବୁଲାନ୍ସର କୁପରିଚାଳନା ଯୋଗୁଁ ପୋଲସରାର ପ୍ରବାସୀ ଶ୍ରମିକ, ଆସ୍କାରେ କରୋନା ଯୋଦ୍ଧା ଶିକ୍ଷକ ସୁଦ୍ଧାର୍ଥ ପାଢୀ, ବ୍ରହ୍ମପୁର ସହରର ଶ୍ରୀରାମ ନଗର ଓ ପ୍ରହଲ୍ଲାଦ ନଗରର ଘଟଣା (ଯାହାକି ଆପଣ ଗଣମାଧ୍ୟମରେ ଦେଖିଥିବେ) ଲୋକଙ୍କ ଜୀବନ ଗଲା । ମୃତ୍ୟୁର ୪-୫ ଦିନଯାଏଁ ମିଥ୍ୟା ସୂଚନା ପରିବାରକୁ ଦେଇ ଲୁକ୍କାୟିତ ରଖିବା ଯେପରି ବ୍ରହ୍ମପୁର ଗଣପତି ନଗରର ବସନ୍ତ ସାହୁଙ୍କ କଥା ହେଉ କିମ୍ବା ରବିନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ପରେ ପରିବାର ତରଫରୁ ଆସିଥିବା ପ୍ରମାଣିକୃତ ଅଭିଯୋଗ, ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ବାରମ୍ବାର ସୋସିଆଲ ମିଡିଆରେ, ଗଣମାଧ୍ୟମରେ କହିଲା ପରେ ମଧ୍ୟ ବହୁ ବିଳମ୍ବରେ ପଦକ୍ଷେପ ନେବା ପରିଚାଳନାରେ ମାତ୍ରାଧିକ ଦୁର୍ବଳତା ରହିଥିବାର ପ୍ରମାଣ ରହିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

ବହୁବାର ବିଭିନ୍ନ ମାଧ୍ୟମରେ ସାମାଜିକ ସଙ୍ଗଠନ, ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତି, ସାମ୍ବାଦିକ ଅନୁରୋଧ କଲାପରେ ଜିଲ୍ଲା ପ୍ରଶାସନ କୌଣସି ଗୋଟିଏ କ୍ଷେତ୍ରରେ ମଧ୍ୟ ନିୟନ୍ତ୍ରଣ ପାଇଁ ଠୋସ ପଦକ୍ଷେପ ନେଉନାହାଁନ୍ତି, ଏହା ଜିଲ୍ଲାପ୍ରଶାସନର ସମ୍ବେଦନହୀନ କାର୍ଯ୍ୟକୁ ପ୍ରମାଣିତ କରୁଛି । ବିଗତ ୪ ମାସରେ ବିଜେପି ରାଜ୍ୟସରକାରଙ୍କୁ କରୋନାକୁ ସାମ୍ନା କରିବା ପାଇଁ ସଂପୂର୍ଣ୍ଣ ସହଯୋଗ କରିାସିଛି । ଅନୁରୂପ ଭାବରେ ଗଂଜାମ ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ସମସ୍ତ ସ୍ତରର ନେତୃବର୍ଗ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ନିଜ ଆଡୁ ବଢାଇ ଆସିଛନ୍ତି କିନ୍ତୁ ଅବସ୍ଥାର ସୁଧାର ବଦଳରେ ବିଗିଡିବା ଲାଗିଛି ଏବଂ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀରେ କୌଣସି ପରିବର୍ତନ ଦେଖାଯାଉନାହିଁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । କେନ୍ଦ୍ରସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ମାତ୍ରାଧିକ ସଂକ୍ରମିତ ରାଜ୍ୟ ଆଜି ନିୟନ୍ତ୍ରଣ ହେବା ରାସ୍ତାରେ ଅଛନ୍ତି । ଏହା ଉକ୍ତ ରାଜ୍ୟଗୁଡିକର ମିଳିତ ପ୍ରୟାଶରେ ସମ୍ଭବ ହୋଇପାରିଲା । ଗଂଜାମ ଜିଲ୍ଲା ଓଡିଶା ପ୍ରଦେଶର ଶ୍ରମ-ଅର୍ଥନୀତିର ଏକ ବଡ ପେଣ୍ଠସ୍ଥଳୀ ଏବଂ ଓଡିଶା ଅର୍ଥନୀତିର ମେରୁଦଣ୍ଡ । କିନ୍ତୁ କରୋନାର ନିୟନ୍ତ୍ରଣ ଓ ପରିଚାଳନା ତ୍ରୁଟି ଯୋଗୁଁ ଏହି ମାନବ ସମ୍ବଳ ଶକ୍ତିର ମୃତ୍ୟୁ ଘଟୁଛି । ଗଂଜାମର ଗଭୀର ଅଣାୟତ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡିବା ପାଇଁ ଶ୍ରୀ ବକ୍ସିପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ଆଜିଠୁ ହରିରାଜପୁର ପଞ୍ଚୁ୍‌ଦୋଳ ଆତସବାଜିରେ କମ୍ପିବ ମେଳଣ ପଡିଆ

March 10, 2026

March 9, 2026
୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ଆଜିଠୁ ହରିରାଜପୁର ପଞ୍ଚୁ୍‌ଦୋଳ ଆତସବାଜିରେ କମ୍ପିବ ମେଳଣ ପଡିଆ

March 10, 2026
ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version