ସାଂସଦ ଅପରାଜିତା ଙ୍କ ପଦଯାତ୍ରା

୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ବେଗୁନିଆ :- ଭୁବନେଶ୍ୱର ସାଂସଦ ବିଜେପି ପାର୍ଥୀ ଅପରାଜିତା ଷଡ଼ଙ୍ଗୀ ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପଡ଼ା ଗ୍ରାମରେ କର୍ମୀ ମାନଙ୍କ ସହିତ ଗ୍ରାମ ବୁଲି ଗ୍ରାମର ଆରାଧ୍ୟ ଦେବତା  ଶ୍ରୀ ଶ୍ରୀ ଲୋକେଶ୍ୱର ଦେବ ଙ୍କ ଦୋଳ ପଡ଼ିଆରେ ଆୟୋଜିତ ଜନ ସମ୍ପର୍କ କାର୍ଯକ୍ରମ ରେ ଜନ ସାଧାରଣ ଙ୍କୁ ଅନେକ ଉନ୍ନଚିମୂଳକ  କରାଯାଇଥିବା କାର୍ଯ୍ୟ ଉପରେ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭବାନୀ ଶଙ୍କର ଜଗଦେବ , ଅନାଦି ସାହୁ, ପ୍ରକାଶ ରଣବିଜୁଲି, ହଜାରୀ ବେହେରା , ସିଲୁ ବଳିଆରସିଂହ , ମନୋଜ କୁମାର ରଣସିଂହ ପ୍ରମୁଖ ଯୋଗ ଦେଇଥିଲେ। ଜନ ସମ୍ପର୍କ କାର୍ଯକ୍ରମ କୁ ମାନସ ମହାନ୍ତି ସଂଯୋଜନା କରିଥିବା ବେଳେ ବିଜେପି କର୍ମୀ ମନୋଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଜନ ସପଂର୍କ ପଦଯାତ୍ରା ବେଳେ ଗ୍ରାମର ସରୋଜିନୀ ମାର୍ଥା ପାନୀୟ ଜଳ  ସମସ୍ୟା ଉପରେ ସାଂସଦ ଷଡଙ୍ଗୀ ଙ୍କୁ ଦୃଷ୍ଟିଆକର୍ଷଣ କରାଇଥିଲେ।ଏତଦ୍ ବ୍ୟତିତ ପ୍ରତିବର୍ଷ ଛତ୍ରପଡା ଗ୍ରମରେ ରାମଲୀଳା ଯାତ୍ରା  ମୟରେ କଳାକାରମାନଙ୍କର ରୂପ ସଜ୍ଜାରେ ବ୍ୟବହାର ହେଉଥିବା ଅର୍ଦ୍ଧନିର୍ମିତ ଭଗବତ ଟୁଙ୍ଗୀ କୁ ସମ୍ପୂର୍ଣ୍ଣ ପାଇଁ ଶ୍ରୀମତୀ ଷଡଙ୍ଗୀ ଙ୍କୁ ଅଭିଯୋଗ ବାଢିଥିଲେ।ଉକ୍ତ ଗ୍ରମର ଦୋଳ ପଡିଆ ଠାରେ ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ଅନୁଦାନ ପାଣ୍ଠିରୁ କୋଠଘର ନିର୍ମାଣ,ଆଲୋକିକରଣ  ଯୋଜନାରେ ସୋଲାରଲାଇଟ୍ ପ୍ରଦାନ ଓ ,ଥଣ୍ଡା ପାନୀୟଜଳ  ପ୍ରକଳ୍ପ ନିର୍ମାଣ କରାଯାଇଥିବା ସପଂର୍କରେ ଵେଗୁନିଆ ପ୍ରତିନିଧି ପ୍ରକାଶ ଚନ୍ଦ୍ର ରଣ ଵିଜୁଳୀ ଶ୍ରୀମତୀ ଷଡଙ୍ଗୀ ଙ୍କ ଉପସ୍ଥି ରେ ସମିକ୍ଷା କରିଥିଲେ।