No Result
View All Result
୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଟକ :- କଟକ ସଦର ଥାନା ଆମଣ ପଞ୍ଚାୟତର ବାଗଧରାପୁର ଗ୍ରାମର ରାଧାକୃଷ୍ଣଙ୍କ ମନ୍ଦିର ପରିସରରେ ୩୦ ତମ ବାର୍ଷିକ ଲଉଡ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ବାଗଧରାପୁର, ନେମାଳ,୨୨ ମୌଜା ଅଞ୍ଚଳ ବାସେନ୍ଦରା, ପଟିଆ ଆଦି ଅଞ୍ଚଳର ଲଉଡି କଳାକାର ମାନେ ଯୋଗ ଦେଇ ସୁନ୍ଦର ଭାବେ ଲଉଡି ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା , କଟକ ଜିଲ୍ଲା ୪ନମ୍ବର ଯୋନର ଜିଲ୍ଲାପରିଷଦ ସଭ୍ୟା ଆଶାଲତା ବେହେରା, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ସମିତି ସଭ୍ୟ ରାଜକିଶୋର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
ବାଗଧରାପୁର ଗ୍ରାମ୍ୟକମିଟିର ସଭାପତି ହୃଷିକେଶ ବେହେରା, ଉପ ସଭାପତି ବିଶ୍ୱନାଥ ଦାଶ, ସଂପାଦକ ରଣଜିତ ବେହେରା, ଉପେନ୍ଦ୍ର ବେହେରା, ସତ୍ୟ ରଞ୍ଜନ ବେହେରା, ପ୍ରଦୀପ୍ତ ବେହେରା,ସୁବ୍ରତ ବେହେରା, ନିତେଶ ଗୋପାଳ, ସୁନିଲ ବେହେରା,ଦିପକ ଦାସ,ଯୁଗଳ ଦାସ ପ୍ରମୁଖ ଗ୍ରାମର ସମସ୍ତ ଯୁବକ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।
No Result
View All Result