No Result
View All Result
୨୮ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର ,ଉଦୟଗିରି ସାମ୍ବାଦିକ ସଂଘର ୬ଷ୍ଠ ବାର୍ଷିକ ଉତ୍ସବ ନିରାଡ଼ମ୍ବର ଭାବେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମମତାଜ୍ ମହମ୍ମଦ୍ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଜଗବନ୍ଧୁ ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରା.ଉଦୟଗିରି ଓକିଲ ସଂଘ ସଭାପତି ଶ୍ରୀମତୀ କମଳିନୀ ପଟ୍ଟନାୟକ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଯାକୁବ ମାଝି, ପୂର୍ବତନ ସମିତି ସଭ୍ୟ ସୁଦର୍ଶନ ପଣ୍ଡା, ବିଜେଡ଼ି ବ୍ଳକ୍ ସଭାପତି ଭୀମ ପାଇକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ସାମ୍ବାଦିକ ଓ ସମ୍ବାଦପତ୍ର ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ବୋଲି ମତବ୍ୟକ୍ତ କରିଥିଲେ ।

ସାମ୍ବାଦିକ ମାନଙ୍କର ନିଷ୍ଠା ଓ କର୍ତ୍ତବ୍ୟ ସମ୍ପାଦନା ଯୋଗୁଁ ସାରା ବିଶ୍ଵର ଲୋକେ ଠିକ୍ ସମୟରେ ସମସ୍ତ ଖବର ଜାଣିପାରୁଛନ୍ତି । ଲୋକ ଲୋଚ଼ନକୁ ଟିକିନିଖି ଖବର ଆଣି ପହଞ୍ଚାଇବାରେ ସାମ୍ବାଦିକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ସାମ୍ବାଦିକମାନେ ମତଭେଦ ଭୂଲି ସଂଘବଦ୍ଧ ହୋଇ ରହିଲେ ଓ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନା କଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇ ପାରିବ ବୋଲି ଭାଷଣ ମାଧ୍ୟମରେ କହିଥିଲେ ମଞ୍ଚାସୀନ ଅତିଥି ମାନେ ।

ଏହି ଅବସରରେ, ମୋହନା ପ୍ରେସ୍ କ୍ଲବ୍ ସଭାପତି ପଞ୍ଚାନନ ଦାଶ, ଉପସଭାପତି ନୃସିଂହ ପୂଜାରୀ, ସାମ୍ବାଦିକ ମନ୍ମଥ ମିଶ୍ର, ମୋହନ ଗୌଡ଼,ବିମଳ କୁମାର ମଳିକ,ବର୍ଷାରାଣୀ ମହାଙ୍କୁଡ଼ଙ୍କ ସମେତ ପାରଳାଖେମୁଣ୍ଡି, ନୂଆଁଗଡ଼ରୁ ଆସିଥିବା କିଛି ସମ୍ବାଦିକ ବନ୍ଧୁ, ସ୍ଥାନୀୟ ଜନ ସାଧାରଣଙ୍କୁ ସଂଘ ପକ୍ଷରୁ ପୁଷ୍ପଗୁଛ,ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଆର.ଉଦୟଗିରି ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ମିହିର ପ୍ରସାଦ ମାଳି, ସନ୍ତୋଷ କୁମାର ପାଳ,ପ୍ରଦୀପ କୁମାର ସ୍ୱାମୀ,ମନୋଜ କୁମାର ପାଢ଼ୀ, ସଂପାଦକ କହ୍ଲୋଳ କୁମାର ରାୟ, ମନୋଜ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।


No Result
View All Result