୨୮ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର ,ଉଦୟଗିରି ସାମ୍ବାଦିକ ସଂଘର ୬ଷ୍ଠ ବାର୍ଷିକ ଉତ୍ସବ ନିରାଡ଼ମ୍ବର ଭାବେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମମତାଜ୍ ମହମ୍ମଦ୍ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଜଗବନ୍ଧୁ ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରା.ଉଦୟଗିରି ଓକିଲ ସଂଘ ସଭାପତି ଶ୍ରୀମତୀ କମଳିନୀ ପଟ୍ଟନାୟକ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଯାକୁବ ମାଝି, ପୂର୍ବତନ ସମିତି ସଭ୍ୟ ସୁଦର୍ଶନ ପଣ୍ଡା, ବିଜେଡ଼ି ବ୍ଳକ୍ ସଭାପତି ଭୀମ ପାଇକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ସାମ୍ବାଦିକ ଓ ସମ୍ବାଦପତ୍ର ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ବୋଲି ମତବ୍ୟକ୍ତ କରିଥିଲେ ।
ସାମ୍ବାଦିକ ମାନଙ୍କର ନିଷ୍ଠା ଓ କର୍ତ୍ତବ୍ୟ ସମ୍ପାଦନା ଯୋଗୁଁ ସାରା ବିଶ୍ଵର ଲୋକେ ଠିକ୍ ସମୟରେ ସମସ୍ତ ଖବର ଜାଣିପାରୁଛନ୍ତି । ଲୋକ ଲୋଚ଼ନକୁ ଟିକିନିଖି ଖବର ଆଣି ପହଞ୍ଚାଇବାରେ ସାମ୍ବାଦିକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ସାମ୍ବାଦିକମାନେ ମତଭେଦ ଭୂଲି ସଂଘବଦ୍ଧ ହୋଇ ରହିଲେ ଓ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନା କଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇ ପାରିବ ବୋଲି ଭାଷଣ ମାଧ୍ୟମରେ କହିଥିଲେ ମଞ୍ଚାସୀନ ଅତିଥି ମାନେ ।