ଓଡିଶା ତାଜା ନ୍ୟୁଜ୍ (୩୦ ଜୁଲାଇ ଗୁରୁବାର) ନୟାଗଡ଼ :- ୨୦୧୯-୨୦ ଶିକ୍ଷାବର୍ଷର ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିଛନ୍ତି । ୩୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ-୧ରେ ୨ଜଣ, ଏ-୨ରେ ୧୨ ଜଣ, ବି-୧ରେ ୦୭ ଜଣ, ବି-୨ରେ ୦୪ ଜଣ, ସି ଗ୍ରେଡ ରେ ୦୬ ଜଣ, ଡି ଗ୍ରେଡରେ ୦୧ ଜଣ ଓ ଇ ଗ୍ରେଡ୍ ରେ ୦୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଅନୁଭବ ସାହୁ ଭବିଷ୍ୟତରେ ଆଇପିଏସ୍ ହେବାପାଇଁ ଲକ୍ଷ୍ୟ ରଖିଥିବା ବେଳେ ସେହି ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ବିଶ୍ୱରୂପା ପଣ୍ଡା ମେଡିକାଲ ପଢ଼ି ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ମୋଟ ୩୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪ ଜଣ ୮୦ ଶତକଡାରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ବେଳେ, ୦୩ ଜଣ ଛାତ୍ର ଶ୍ରୀମାନ୍ ଅନୁଭବ ସାହୁ, ସୁଧୀର ବେହେରା ଓ କୁନାଲ ଗୌତମ ସାହୁ ଗଣିତରେ ୧୦୦ ରୁ ୧୦୦ ନମ୍ବର ରଖିଛନ୍ତି । ସେହିଭଳି ୦୬ ଜଣ ପରୀକ୍ଷାର୍ଥୀ ବିଦ୍ୟାବିଜିତା ମହାନ୍ତି, ଅନୁଭବ ସାହୁ,ଧ୍ରୁତିପ୍ରଭା ସାହୁ,ପ୍ରିଜମ ସାହୁ,ସାୟନ୍ତନୀ ସାହୁ ଓ ବାଦଲ କୁମାର ଦେହୁରୀ ସଂସ୍କୃତରେ ୧୦୦ ରୁ ୧୦୦ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି ।
ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଜି ବିଦ୍ୟାଳୟ ତରଫରୁ ସାମାଜିକ ଦୂରତା ରକ୍ଷା କରି ଅଭିନନ୍ଦନ ଜ୍ଞାପନ କରାଯାଇଛି । ବିଦ୍ୟାଳୟ ୧୦୦ ପ୍ରତିଶତ ରେଜଲ୍ଟ କରିଥିବାରୁ ବିଦ୍ୟାଳୟ ର ଅଧ୍ଯକ୍ଷ ତଥା ସଂପାଦକ ଶ୍ରୀଧର ସାହୁ ଖୁସି ବ୍ୟକ୍ତ କରିବା ସହିତ ବିଦ୍ୟାଳୟ ର ଗୁରୁଜୀ ଗୁରୁମା ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଅଭିନନ୍ଦନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର, ଜନାର୍ଦ୍ଦନ ପରିଡ଼ା, ପବିତ୍ର ସାହୁ, ରଜଂନ କୁମାର ପରିଡ଼ା, ନିର୍ମଳ ସାହୁ, ପ୍ରିୟମ୍ବଦା ମହାପାତ୍ର ଆଦି ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ । (ରିପୋର୍ଟ-ରାମକୃଷ୍ଣ ରଥ)