• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସରିଲା ଦୋଳଯାତ୍ରା : ବାପଘରେ ପଖାଳ ତୋରାଣି ମାଛଭଜା ଖାଇ ମନ୍ଦିରକୁ ବାହୁଡ଼ିଲେ – ମା’ଭଗବତୀ

Proprietor Abhimanyu Maharana by Proprietor Abhimanyu Maharana
March 28, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ସରିଲା ଦୋଳଯାତ୍ରା : ବାପଘରେ ପଖାଳ ତୋରାଣି ମାଛଭଜା ଖାଇ ମନ୍ଦିରକୁ ବାହୁଡ଼ିଲେ – ମା’ଭଗବତୀ
Share on FacebookShare on TwitterWhatsapp

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଚିଲିକା :-> ଉତ୍କଳୀୟ ସଂସ୍କୃତି ଯେପରି ବିଚ଼ିତ୍ର, ଦେବାଦେବୀଙ୍କ ନୀତିକାନ୍ତି ପର୍ବପର୍ବାଣୀରେ ଜଡିତ ପରମ୍ପରା ମଧ୍ୟ ତାଠାରୁ ଅଧିକ ବିସ୍ମୟ ଓ ବିଚ଼ିତ୍ରମୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାର ଧର୍ମଧାରଣା ଓ ଆଧାତ୍ମିକ ବିଶ୍ୱାସ ହିଁ ପରିଶେଷରେ ସାମାଜିକ ମୂଲ୍ୟବୋଧରେ ପରିଣତ ହୋଇରହିଛି କାହିଁ କେଉଁ କାଳରୁ I ଖ୍ରୀଷ୍ଟୀୟ ଷୋଡ଼ଷ ଶତାବ୍ଦୀରୁ ଶ୍ରୀ ଚୈତନ୍ୟଙ୍କ ଙ୍କ ଉତ୍କଳ ଆଗମନ ପରେ ଗଜପତି ପ୍ରତାପରୁଦ୍ରଙ୍କ ଶାସନ କାଳରୁ ଦୋଳଗୋବିନ୍ଦଙ୍କୁ ନେଇ ଦୋଳ ଯାତ୍ରା ପରମ୍ପରାର ଆରମ୍ଭ ବୋଲି ଗବେଷକମାନେ ମତରଖନ୍ତି ।

ବୈଷ୍ଣବୀୟ ଚେତନାରେ ଗୋବିନ୍ଦ ରୂପୀ ଭଗବାନ ଶ୍ରୀକୃଷ୍ଣଙ୍କ ବସନ୍ତ ଋତୁର ରାସ ଉତ୍ସବ, ଅବୀରକ୍ରୀଡ଼ାହିଁ ଏହି ଦୋଳଯାତ୍ରା। ପରବର୍ତ୍ତୀକାଳରେ ଯାତ୍ରାରେ ଚ଼ାଚ଼େରୀଖିଆକୁ ସଂଶ୍ଳୀଷ୍ଟ କରାଯାଇଛି । ଧୀରେ ଧୀରେଏହି ବୈଷ୍ଣବୀୟ ଚେତନାରେ ଶୈବ, ଶାକ୍ତ, ରାମାନୁଜ ପନ୍ଥୀ ଚେତନାର ମଧ୍ୟ ସମିଶ୍ରଣ ଘଟିଛି। ଫଳରେ ଦୋଳଗୋବିନ୍ଦଙ୍କ ସହିତ ଦେବଦେବ ମହାଦେବ ଚନ୍ଦ୍ରଶେଖର,ଦେବୀ ଭଗବତୀ, କନକଦୁର୍ଗା,

ରଘୁନାଥ ମଧ୍ୟ ଚ଼ାଚ଼େରୀ ରେ ଗ୍ରାମ ପରିକ୍ରମା କରି ଦୋଳି ଅବୀର କ୍ରୀଡ଼ାରେ ସାମିଲ ହୋଇଯାଇଛନ୍ତି ଯଦ୍ବାରାକି ଦୋଳପର୍ବ ଆଜି ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ, ସୌରଧର୍ମ ଚେତନାର ଏକ ସମିଶ୍ରଣପର୍ବ ହୋଇଯାଇଛି । ସେହି ବିଶ୍ୱାସରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ପରମ ଆଲ୍ଲାଦିନୀ ମା’ଭଗବତୀ (ପରମପ୍ରେମମୟୀ ଶ୍ରୀରାଧା ସ୍ୱରୂପିଣୀ ) ଙ୍କଦୋଳପର୍ବବଡ଼ ବିଚିତ୍ରମୟ |

ଫାଲଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ହୁଏ ମା’ଙ୍କ ଦୋଳପର୍ବ।ଏକାଦଶୀ, ଦ୍ଵାଦଶୀରେ ନଗର ପରିକ୍ରମା । ଦୁର୍ଗା ଓ ମାଧବ ରୂପୀ ମା’ଭଗବତୀଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ପ୍ରତୀକ ଶ୍ରୀରଙ୍କନାଥ ଦେବ ମିଶି ଏହି ପରିକ୍ରମା ପରେ ତ୍ରୟୋଦଶୀରେ ଛ ଶାସନର ନିମନ୍ତ୍ରଣ ରକ୍ଷା କରି ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁରଉମାମହେଶ୍ୱରଙ୍କୁହକାରୀ ଆଣି ମହେଶ୍ୱରଙ୍କୁମନ୍ଦିର ଦାୟିତ୍ଵ ଦେଇ ଉମା ସ୍ଵରୁପିଣୀ ମା’ଭଗବତୀ ବୁଲନ୍ତି ଚ଼ାଚେରୀ ଖାଇ ।ଦେବୀ ଫେରିବା ପର୍ଯ୍ୟନ୍ତ ମହେଶ୍ୱର ଦେବ ଏକା ଏକା କୁ ଢୁଆ ଦ୍ଵାର ପାଖରେ ବସି ରହନ୍ତି ।

ମା’ଙ୍କୁ ସମ୍ମାନ ଦେବା ସହିତ ଧାର୍ମିକ ସ୍ଵାଧୀନତା ପ୍ରଦାନ ଦୋଳପର୍ବର ଆଉ ଏକ ମହାନ ବିଶେଷତ୍ବ ରହିଛି ବାଣପୁର ସଂସ୍କୃତିରେ | ଚତୁର୍ଦ୍ଦଶୀପୂର୍ଣ୍ଣମୀ ଦୁଇଦିନ ଧରି ଖରାତରାରେ ମା’ଏକା ଏକା ତିନିଶାସନ ପରିକ୍ରମା କରିବାପରେ ପୂଜକ ସାଆନ୍ତ (ମା’ଙ୍କ ବାପଘର ବୋଲି ବିଶ୍ୱାସ ରହିଛି)ଙ୍କ ଦୁଆରକୁ ପହଞ୍ଚିଲା ପରେ ଝୀଅପରି ସ୍ନେହ ଶ୍ରଦ୍ଧାରେ ଆବୋରି ନେଇ ପୂଜକ ପରିବାର ଅନ୍ୟ ଠାକୁରଙ୍କୁ ପଇଡ଼ ଦ୍ଵାରା ଆପ୍ୟାୟିତ କଲାବେଳେ କନ୍ୟା ତୁଲ୍ୟା ମା’ଭଗବତୀଙ୍କୁଟଭା ପତରରେ ଛୁଙ୍କ ଦିଆ ଦହିପଖାଳ ସହିତ ମାଛ ଗୁଣ୍ଡିଭଜା ବାଢିଦିଅନ୍ତି ।

ଶିବ ସ୍ଵରୂପ ଚନ୍ଦ୍ରଶେଖର ଉମାମହେଶ୍ୱର ଦେବ, ପରମବିଷ୍ଣୁ ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ଶ୍ରୀରଙ୍କ ନାଥଦେବ, ଶ୍ରୀ ରଘୁନାଥ ଦେବଙ୍କ ସହିତ ମା’ଭଗବତୀଙ୍କୁ ଏକ ସମୟରେ ବେଲପତ୍ର, ତୁଳସୀ ଓ ପୁଷ୍ପପକାଇନିରାମିଷ ଓ ଆମିଷ ନୈବେଦ୍ୟଘଣ୍ଟକାହାଳୀ ବଜାଇ ଏକ ସମୟରେ ଧୂପ କରାଯିବାର ନିଆରା ପରମ୍ପରା କେବଳ ବାଣପୁରରେହିଁଦେଖିବାକୁ ମିଳେ ।ଧୂପପରେ ବାପଘରୁ ଶାଢି ଶଙ୍ଖା ସିନ୍ଦୁର ଭାରନେଇମା’ ମନ୍ଦିରକୁ ଫେରନ୍ତି। ଚଳିତ ବର୍ଷ ଦୁଇଦିନ ଧରି ପୂର୍ଣ୍ଣିମା ପଡ଼ିବାରୁ ଶେଷ ଦିନ ଦୋଳି ଖେଳ ଓ ନୂଆପାଞ୍ଜି ପଠନ ପରେ ପ୍ରତିପଦାରେ ଦହିଯାତରେ ନିଯୋଗୀ ସେବାୟତଙ୍କ ସହିତ ଥାଟପଟୁଆର ,

ବାଣରୋଷଣିରେ ଜଗନ୍ନାଥପୁର, ବିଷର ପାଟଣା ପରିକ୍ରମା କରି ଦଧି ହାଣ୍ଡି ଭଗ୍ନପରେ ମନ୍ଦିରକୁ ଲେଉଟିଲେ ମା’ । ଚଳିତ ବର୍ଷ ମା’ଙ୍କ ଛଅ ଦିନ ଧରି ଏହି ମହାନ ଯାତ୍ରା ମନ୍ଦିର ପ୍ରଶାସନ, ସ୍ଥାନୀୟ ଆରକ୍ଷୀ ଅଧିକାରୀଙ୍କ ମିଳିତ ସହଯୋଗରେଶାନ୍ତି ଶୃଙ୍ଖଳାର ସହିତସମାହିତ ହୋଇଥିବା କଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ ।
 
Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

June 18, 2026
ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version