୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ବେଗୁନିଆ :-> ବେଗୁନିଆ ବ୍ଲକ କଣ୍ଟାବାଡ ପଂଚାୟତ ଅନ୍ତର୍ଗତ ମଲ୍ଲିପଦର ଗ୍ରାମର ରବି ନାରାୟଣ ଦାଶଙ୍କ ଘରୁ ଏକ ବିରଳ ଗରୁଡ ପକ୍ଷୀ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ବେଗୁନିଆ ବନପାଳ ପ୍ରିୟଦର୍ଶିନୀ ସେଠୀଙ୍କ ସୂଚନା ମୁତାବକ ରବିବାର ଦିନ ଅପରାହ୍ନରେ କାଉ ମିଳିତ ଭାବେ ଆକ୍ରମଣ କରୁଥିବା ସମୟରେ ଜୀବନ ବଞ୍ଚାଇବା ପାଇଁ ଶ୍ରୀ ଦାଶଙ୍କ ଘରେ ପଶି ଯାଇଥିଲା ।

ସମାଜସେବୀ ଶିଶିର କୁମାର ଆଚାର୍ଯ୍ୟ ଖୋର୍ଦ୍ଧା ଜିଲ୍ଲା ବନ ବିଭାଗ ଅଧିକାରୀଙ୍କୁ ଜଣାଇ ଥିଲେ । ବେଗୁନିଆ ବନପାଳ ଶ୍ରୀମତୀ ସେଠୀ ପହଂଚି ଆହତ ଗରୁଡ ପକ୍ଷୀକୁ ନେଇ ଯାଇଥିବା ବେଳେ ପରେ ତାକୁ ଚିକିତ୍ସା କରି ଛାଡ଼ି ଦିଆଯିବ ବୋଲି କହିଛନ୍ତି ।