୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଆର,ଉଦୟଗିରି :-> ଗଞ୍ଜାମର ଚାନ୍ଦପୁର ଗ୍ରାମରେ ସମାଜ କୋଠା ଘରରେ ହଳଦିଆ ତୈଳକ ବୈ ଶ୍ୟ ସମାଜର ଏକ ବିଚାର ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା ସମାଜର କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡସି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା I ଉକ୍ତ ସଭାକୁ କେନ୍ଦ୍ରୀୟ ସଭାପତି ଶ୍ରୀ ସାହୁ ପ୍ରଦିପ ପ୍ରଜଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ I

ସଭାପତି ଶ୍ରୀ ଦଣ୍ଡସୀ ସାହୁ ସମାଜର ଅଗ୍ରଗତି ପାଇଁ ସମସ୍ତଙ୍କୁ ପରାମର୍ଶ ଦେବାବେଳେ ଚିକିଟି ଖେମୁଣ୍ଡି ଆଞ୍ଚଳିକ ସଭାପତି ଶ୍ରୀ କୃଷ୍ଣ ସାହୁ ସଂଗଠନ ଉପରେ ସମିକ୍ଷା କରିଥିଲେ I ମୁଖ୍ୟ ନିର୍ବାଚନ ଅଧିକାରୀ ଧରମ ସାହୁ, ଉପଦେଷ୍ଟା ଯୋଗୀ ସାହୁ,ଶରତ ସାହୁ,ଉପ ସଭାପତି ପ୍ରଶାନ୍ତ ସାହୁ, ଅଭିମନ୍ୟୁ ସାହୁ,ସୁରେନ୍ଦ୍ର ସାହୁ,ପ୍ରଶାନ୍ତ ସାହୁ, ଅଫିସ୍ ର ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ସହ ସମ୍ପାଦକ ବାବୁ ସାହୁ,

କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ, ଗଣମାଧ୍ୟମର ପ୍ରତିନିଧି ଅକ୍ଷୟ କୁମାରସହୁ, ସବୁ ଆଞ୍ଚଳିକ ସଭାପତି ଓ କର୍ମକର୍ତ୍ତା ଓ ଗ୍ରାମପରିସଦର ସଭାପତି ବିଚାରାଧୀନ ସବୁ ସମାଜର ଭାଇ ଓ ଭଉଣୀ ଯୋଗ ଦେଇଥିଲେ ଉକ୍ତ ବୈଠକରେ ୧୫ଟି କେସକୁ ବିଚାର ବିମର୍ଷ କରି ସମାଧାନ କରାଯାଇଥିଲା I ପରିଶେଷରେ ଉପସ୍ତିତ ସମସ୍ତ କର୍ମକର୍ତ୍ତା ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ଶ୍ରୀ ଦଣ୍ଡାସି ସାହୁ ସଭା ସାଙ୍ଗ କରିଥିଲେ ।














