କନ୍ଧମାଳ, କଟକ, ଯାଜପୁର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ
୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଭୁବନେଶ୍ବର :-> ରାଜ୍ୟରେ ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଦଳ ନାଁ ଘୋଷଣା କରିଛି , ଲୋକସଭା ନିର୍ବାଚନ ୨୦୨୪ ପାଇଁ ରବିବାର ନିଜ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏହି ତାଲିକାରେ ଓଡ଼ିଶା ନାଁ ମଧ୍ୟ ସାମିଲ ଅଛି । ରାଜ୍ୟରେ ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଦଳ ନାଁ ଘୋଷଣା କରିଛି ।
ଭୁବନେଶ୍ବରରୁ ସାଂସଦ ଅପରାଜିତା ଷଡଙ୍ଗୀ ନିର୍ବାଚନ ଲଢିବେ । ସେହିଭଳି ପୁରୀରୁ ଲଢିବେ ସମ୍ବିତ ପାତ୍ର । କେନ୍ଦ୍ରାପଡାରୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳ ଚୟନ କରିଥିବାବେଳେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି ।
-
ବରଗଡ – ପ୍ରଦୀପ ପୁରୋହିତ
ସୁନ୍ଦରଗଡ- ଜୁଏଲ ଓରାମ
ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ
କେଉଁଝର- ଅନନ୍ତ ନାୟକ
ମୟୁରଭଞ୍ଜ- ନବ ଚରଣ ମାଝୀ
ବାଲେଶ୍ୱର -ପ୍ରତାପ ଷଡଙ୍ଗୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ଢେଙ୍କାନାଳ- ରୂଦ୍ରନାରାୟଣ ପାଣି
ବଲାଙ୍ଗୀର – ସଂଗୀତା ସିଂ ଦେଓ
କଳାହାଣ୍ଡି- ମାଳବିକା କିଶୋରୀ ଦେଓ
ନବରଙ୍ଗପୁର-ବଳଭଦ୍ର ମାଝୀ
କେନ୍ଦ୍ରାପଡା – ବୈଜୟନ୍ତ ପଣ୍ଡା
ଜଗତସିଂହପୁର- ବିଭୂପ୍ରସାଦ ତରାଇ
ପୁରୀ – ସମ୍ବିତ ପାତ୍ର
ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ
ଆସ୍କା- ଅନିତା ଶୁଭଦର୍ଶନୀ
ବ୍ରହ୍ମପୁର- ପ୍ରଦୀପ କୁମାର ପାଣିଗ୍ରାହୀ
କୋରାପୁଟ – କାଳୁରାମ ମାଝୀ
ସେହିଭଳି କେନ୍ଦୁଝରରୁ ଅନନ୍ତ ନାୟକ, ମୟୁରଭଞ୍ଚରୁ ନବଚରଣ ମାଝୀ, ବାଲେଶ୍ବରରୁ ପ୍ରତାପ ଷଡଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗିରରୁ ସଙ୍ଗୀତା ସିଂହଦେଓ ନିର୍ବାଚନ ଲଢିବେ । ତେବେ ଆଉ ୩ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନି । କଟକ, ଯାଜପୁର ଓ କନ୍ଧମାଳ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନି ।