କୋମଣ୍ଡ ଜନ ସ୍ବାସ୍ଥ୍ଯ କେନ୍ଦ୍ରର ଡାକ୍ତର ନରେଶ ଚନ୍ଦ୍ର ନାୟକ ଓ ବଡପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଡାକ୍ତର କ୍ରିଷ୍ଣା ନାୟକ ରୋଗୀ ମାନଙ୍କୁ ସ୍ବାସ୍ଥ୍ଯ ପରାମର୍ଶ ଦେଇଥିଲେ। ନୟାଗଡ଼ ନିରୋଗ ପାଥୋଲୋଜିର ଟିମ୍ ରକ୍ତ ପରୀକ୍ଷା,ମଧୁମେହ ରୋଗ ପରୀକ୍ଷା,ରକ୍ତଚାପ ପରୀକ୍ଷା ଆଦି ବିଭିନ୍ନ ପ୍ରକାର ପରୀକ୍ଷା କରିଥିଲା
ବେଳେ ଶରଣକୂଳ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ସ୍ବାସ୍ଥ୍ଯ କର୍ମୀ ମାନେ ଔଷଧ ବିତରଣ କାର୍ଯ୍ୟରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୌରପରିଷଦ ପୌରଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇଥିବା ବେଳେ ନୟାଗଡ଼ ଦର୍ପଣର ପ୍ରତିଷ୍ଠାତା ହରିଶ୍ ପ୍ରଧାନ,ସମାଜସେବୀ
ଶ୍ରୀକାନ୍ତ ଖଟେଇ, ସୌଦାମିନୀ ସ୍ବାଇଁ,ରୋଟାରିଆନ୍ ସନ୍ତୋଷ କୁମାର ନାୟକ, ଅବିନାଶ ସାହୁ, ଦିଲ୍ଲିପ କୁମାର ମିଶ୍ର, ମିହିର ରଂଜନ ନାୟକ, ଜି ରଶ୍ମିରାଜ,ପ୍ରବୀର କୁମାର ପ୍ରୁଷ୍ଟି , ମନୋରଂଜନ ପ୍ରଧାନ ଓ ବସିରନ ବିବି ସହଯୋଗ କରିଥିଲେ।

© 2023 Odisha Taza News.