No Result
View All Result
୨୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ନାଚୁଣୀ ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ଜାଗ୍ରୃତିକା ପକ୍ଷରୁ ଏହି ଅନୁଷ୍ଠାନ ର ବରିଷ୍ଠ ସଭ୍ୟା ତଥା ବିଶିଷ୍ଟ ସତ୍ ସଙ୍ଗୀ ବିଜୟ ମହାପାତ୍ର ଙ୍କ ବିୟୋଗ ଜନିତ ତ୍ରୟୋଦଶ ସ୍ମୃତି ଚାରଣ ସଭା ତାଙ୍କର ନିଜ ଗ୍ରାମ ଜଗବନ୍ଧୁ ପୁର ଶାସନ ସ୍ଥ ବାସଗୃହ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।
ଜାଗ୍ରୂତିକାର ବରିଷ୍ଠ ଉପଦେଷ୍ଟା ବିଶିଷ୍ଟ ପାଲା ଗାୟକ ରାମଚନ୍ଦ୍ର କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜାଗ୍ରୃତିକା ର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ, ପ୍ରାକ୍ତନ ସଭାପତି ଅଶ୍ଵିନୀ କୁମାର ମହାପାତ୍ର,ଯୁଵଜ୍ୟେ । ତି ହାଇସ୍କୁଲ,କୁମାଣ୍ଡୋଳର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ଜାଗ୍ରୃତିକା ର ସମ୍ପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ,
ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ,ନୀରଦ କୁମାର ମହାପାତ୍ର, ପ୍ରମୁଖ ସ୍ଵର୍ଗତ ବିଜୟ କୁମାର ମହାପାତ୍ର ଙ୍କୁ ଜଣେ ନିଃସ୍ଵାର୍ଥପର,ବନ୍ଧୁ ପ୍ରେମୀ ଓ ଅମାୟିକ ବ୍ୟକ୍ତି ଭାବରେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ବର୍ଣ୍ଣନା କରିଥିଲେ। ପରିଶେଷରେ କବି ଶିବ ପ୍ରସାଦ ତ୍ରିପାଠୀ ସ୍ଵର୍ଗତ ମହାପାତ୍ର ଙ୍କ ଜୀବନାଦର୍ଶ ଉପରେ ଆଧାରିତ ସ୍ବରଚିତ କବିତା ଆବ୍ରୃତ୍ତି ସହ ଧନ୍ୟବାଦ ପ୍ରଦାନ କରିଥିଲେ ।

No Result
View All Result