୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ :-> ନୟାଗଡ ଜିଲ୍ଲା ର ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ, ଏବଂ ରଣପୁର ର ଯୁବନେତା ସତ୍ୟବ୍ରତ ନାୟକ ଙ୍କୁ ପିସିସି ସାଧାରଣ ସମ୍ପାଦକ ଏବଂ ଦଶପଲ୍ଲା ର ବରିଷ୍ଠ ନେତା ସରୋଜ ପରିଡା ଙ୍କୁ ପିସିସି ସମ୍ପାଦକ ଭାବେ ନିଯୁକ୍ତି ଦେଇ ଛନ୍ତି ଏଆଈସିସି ସାଧାରଣ ସମ୍ପାଦକ ସଂଗଠନ ଶ୍ରୀ କେ ସି ବେନୁଗୋପାଳ l

ହୁସେନ ଖାଁ ଦଳରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି, ପିସିସି ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ସଫଳତା ର ସହ ତୁଲାଇ ଥିବା ବେଳେ ଶ୍ରୀ ସତ୍ୟବ୍ରତ ନାୟକ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର କେନ୍ଦ୍ରୀୟ ସମ୍ପାଦକ ଦାୟିତ୍ୱ ରେ ଅଛନ୍ତି, ସେହିପରି ସରୋଜ ପରିଡା ପୂର୍ବରୁ ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇ ଥିଲେ l

ଏହି ନୂତନ ପଦବୀ ପାଇବା ପରେ ହୁସେନ ଖାଁ, ସତ୍ୟବ୍ରତ ନାୟକ, ସରୋଜ ପରିଡା ପ୍ରମୁଖ ଏଆଈସିସି ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ,ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଡ଼ ଅଜୟ କୁମାର ଏବଂ ଡିସିସି ସଭାପତି ରଣଜିତ ଦାଶ ଙ୍କୁ କୃତଜ୍ଞାତା ଜଣାଇଛନ୍ତି l















