ବିଦ୍ୟାଳୟ ଏକ ମଣିଷ ତିଆରିକାରଖାନା : ଶିକ୍ଷକ ତା’ର କାରିଗର’ ତାଳଗଡ଼ିଆ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାଇ :-> ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା, ଶିକ୍ଷକ ତା’ର କାରିଗର । ତେଣୁ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ଭାବେ ଗଢି ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇ ଥାନ୍ତି ବୋଲି ବିଦ୍ୟାଳୟର ବାର୍ଷିକୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି. ଜାତି ଓ ସଂଖ୍ୟା ଲଘୁ ପଛୁଆବର୍ଗ ବିଭାଗ ଦ୍ଵାରା ପରିଚାଳିତ କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତାଳଗଡ଼ିଆ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇଥିଲା ।

ମୁଖ୍ୟଅତିଥିଭାବେ ଭାବେ କୋରାଇ ବ୍ଳକ ଶିକ୍ଷାଅଧିକାରୀ ସୁଦର୍ଶନ ମଲ୍ଲିକ ଯୋଗଦେଇ ଶିକ୍ଷକ, ଶିକ୍ଷାୟତନ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ଵୟ ରହିଲେ ଛାତ୍ରଛାତ୍ରୀ ତଥା ଅନୁଷ୍ଠାନର ଉନ୍ନତିରେ ସମ୍ଭବ ହୋଇପାରିବ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ କୋରାଇ ବ୍ଳକ ଡବ୍ଲ୍ୟୁଇଓ ମଙ୍ଗୁଳି ଚରଣ ପ୍ରଧାନ ଯୋଗଦେଇ ଛାତଛାତ୍ରୀଙ୍କୁ ବୌଦ୍ଧିକ ଶିକ୍ଷା ସହ ଶାରୀରିକ ଶିକ୍ଷା ଦାନ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ଯାଜପୁରରୋଡ ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ମଳୟ କୁମାର ମଲ୍ଲିକ, ପୂର୍ବକୋଟ କ୍ଲଷ୍ଟରର ସଂଯୋଜକ ପ୍ରଫୁଲ୍ଲ କୁମାର ନାଥ, ଫୁଲଝର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାମଲ,

ବାରାଖାଇ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୃତିରଞ୍ଜନ ରାଉତ, ପୂର୍ବକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ୱାଇଁ, ତାଳଗଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମଲ୍ଲିକ, ଯାଜପୁର ଜିଲ୍ଲା ନିଖିଳ ଉତ୍କଳ ଶିକ୍ଷକ ସଂଘର କୋଷାଧ୍ୟକ୍ଷ ଅଜୟ କୁମାର ମିଶ୍ର, ବିଭୂତି ଭୂଷଣ ରାୟ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟ ଶିକ୍ଷକ ସଚିତାନନ୍ଦ ଦାସ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ମଲ୍ଲିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଇଥିଲା ।

ପ୍ରାରମ୍ଭରେ ସ୍ଵର୍ଣ୍ଣଲତା ବେହେରାଙ୍କ ସମେତ ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଂଗୀତ ଗାନକରା ଯାଇଥିଲା ବେଳେ ଶେଷରେ ଶିକ୍ଷୟତ୍ରୀ ପ୍ରମିଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସମୂହ, ଅଭିଭାବକ, ପରିଚଳନା ପରିଷଦର ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଅନୁସୂୟା ବାରିକ, ତପସ୍ଵିନୀ ମଲ୍ଲିକ, ଶିକ୍ଷକ ଧନେଶ୍ଵର ମୁର୍ମୁ, ପ୍ରଭାତୀ ନାୟକ, ମଞ୍ଜୁଲତା ଖଟୁଆ,ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।