୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅଞ୍ଚଳରେ ଆତଙ୍କ ଖେଳାଇଛି ହାଇୱା ଗାଡି. ହାଇୱା ଗାଡି ଦେଖିଲେ ଭୟରେ ଜନସାଧାରଣ ଆତଙ୍କିତ. ! ଗାଡି ଧକ୍କାରେ ତିନି/ଚାରି ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି !. ଜାମୁସାହି ଗ୍ରାମର ଜଣେ ସ୍କୁଲ ଛାତ୍ର ଅକ୍ରମଣ ହୋଇଥିବା ବେଳେ ଚଳିତ ମାସ ୧୧ ତାରିଖରେ ବେଗୁନିଆ ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ବରଣ କରିଛି. ଦିନ ବେଳେ ବାଲି, ଗୋଡି, ପଥର ଭାରି ଗାଡି ଚଳାଚଳ ପାଇଁ ଦୃଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ଜିଲ୍ଲା କିମ୍ବା ତହସିଲ ପ୍ରଶାସନ ଆଖିବୁଜି ଦେଇଛି.! ଯାହାଫଳରେ ଆକାରଣରେ ନିରୀହ ଜୀବନ ଗୁଡିକ ଚାଲିଯାଉଛି.! ତୁରନ୍ତ ଦିନ ବେଳେ ହାଇୱା ଗାଡି ଗୁଡିକ ବନ୍ଦ କାରିବାକୁ ଜନସାଧାରଣ ଦାବୀ କରିଛନ୍ତି.!

ଏନେଇ ଆଗାମୀ ଦିନରେ ଜନସାଧାରଣ ମାନେ ଆନ୍ଦୋଳନ କରିବାକୁ ମସୁଧା ଚଳାଇଥିବା ସୂଚନା ମିଳୁଛି. ସେହିପରି ଶୁକ୍ରବାର ଭୋର ସମୟରେ ନିମଣୀ ଗ୍ରାମର କାଶିଆ ପାହାଡ଼ରେ ଅବସ୍ଥିତ ପଥର ଖଣିରୁ ଚିପ୍ସ ବୋଝଇ କରି ଓଡି ୧୫ ଜେ ୭୫୮୨ ହାଇୱା ଗାଡି ଭୁବନେଶ୍ୱର ଅଭିମୁଖେ ଯାଉଥିଲା. ଭାପୁର ବ୍ଲକ ଶାଳପଡା ପଞ୍ଚାୟତର ମାଣିବନ୍ଧ ଛକ ନିକଟ ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇଥିଲା. ଗାଡି ଚାଳକ ଓ ହେଲଫର ସୁରକ୍ଷିତ ଥିବା ବେଳେ ଦୁଇଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯିବା ସହ ତାର ଗୁଡିକ ଛିଡିଯାଇଛି. ଯାହାଫଳରେ ଲୋକମାନେ ଅନ୍ଧାରରେ ରହିଛନ୍ତି. ତୁରନ୍ତ ଖୁଣ୍ଟ ପକାଇ ବିଦ୍ୟୁତ ସଂଯୋଗ କାରିବାକୁ ଜନସାଧାରଣ ଦାବି କରିଛନ୍ତି.!














