ଓଡ଼ିଶା ସରକାରଙ୍କ ସ୍କିଲ୍ଡ ଇନ୍ ଓଡ଼ିଶା ଅଭିଯାନକୁ ପ୍ରୋତ୍ସାହନ
ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ଭବାନୀପାଟଣା, ବୁର୍ଲା, ଅନୁଗୋଳ, ଖୋର୍ଦ୍ଧା, କଟକ ର ନରାଜ ଓ ଆସ୍କା ସମେତ ସାରା ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଧନ୍ଦାମୂଳକ ତାଲିମ କେନ୍ଦ୍ର ପ୍ରତିଷ୍ଠା
ଅଗ୍ରଣୀ କର୍ପୋରେଟ୍ ସଂସ୍ଥାରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି
୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ସମୁଦାୟର ଉନ୍ନତି ଉପରେ ମନୋନିବେଶ କରି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ସ୍ଥାପନ ହୋଇଥିବା ଚାରିଟି ଯୌଥ ଉଦ୍ୟୋଗ ତଥା ଟାଟା ପାୱାର ନେତୃତ୍ୱାଧୀନ ବିତରଣ କମ୍ପାନୀ ଗୁଡ଼ିକ ରାଜ୍ୟର ବିଦ୍ୟୁତ ବଂଟନ ବ୍ୟବସ୍ଥାକୁ ଅଧିଗ୍ରହଣ କରିବା ପରଠାରୁ ତିନି ବର୍ଷ ଭିତରେ ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ଧନ୍ଦାମୂଳକ ତାଲିମ କେନ୍ଦ୍ରଗୁଡ଼ିକ ଜରିଆରେ ୪୫୦୦ରୁ ଅଧିକ ଲୋକଙ୍କୁ ତାଲିମ ପ୍ରଦାନ କରାଯାଇଛିି । ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଅଭିଯାନ ଅନୁସାରେ ପ୍ରସ୍ତୁତ ଏହି ପଦକ୍ଷେପରେ ଦକ୍ଷତା ବିକାଶ ପରିବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଯୁବବର୍ଗଙ୍କ ପାଇଁ ନୂଆ ପଥ ପ୍ରଶସ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଉଛିି । ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମଗୁଡ଼ିକରେ ଇଲେକ୍ଟ୍ରିସିଆନ୍, ସ୍ୱାସ୍ଥ୍ୟସେବା, ବିଉଟିସିଆନ୍ ଏବଂ ଆନୁଷଙ୍ଗିକ ଜୀବିକା କାର୍ଯ୍ୟକ୍ରମ ଭଳି ବିଭିନ୍ନ ତାଲିମ ପ୍ରଦାନ କରାଯାଉଛି ଯାହାର ଲକ୍ଷ୍ୟ ଯୁବବର୍ଗଙ୍କ ନିଯୁକ୍ତି ହାସଲ କ୍ଷମତାକୁ ବଢ଼ାଇ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ।

ମୋଟ ୯ଟି ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯଥା ଯାଜପୁରର କପାଶି ଛକ, ବାଲେଶ୍ୱର, ମୟୂରଭଞ୍ଜର ଚଢ଼େଇପାହାଡ଼ି ଓ ରାଇରଙ୍ଗପୁର, ଭବାନୀପାଟଣା, ବୁର୍ଲା, ଅନୁଗୋଳ, ଖୋର୍ଦ୍ଧା, କଟକ ର ନରାଜ ଓ ଆସ୍କାରେ ସ୍ଥାପନ କରାଯାଇଛି ଯାହା ସାମାଜିକ-ଅର୍ଥନୈତିକ ବିକାଶର ବାର୍ତାବହ ଭାବେ ଉଭା ହୋଇଛି । ଏହି କେନ୍ଦ୍ର ଗୁଡିକରେ ସମୁଦାୟର ଆବଶ୍ୟକତା ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ବ୍ୟାପକ ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ପ୍ରମୁଖ ସ୍ଥଳରେ ସ୍ଥାପନ କରାଯାଇଥିବା ମୁଖ୍ୟ ତାଲିମ କେନ୍ଦ୍ରଗୁଡ଼ିକରେ ଧନ୍ଦାମୂଳକ ତାଲିମ ପାଇଁ ବ୍ୟାପକ ସମ୍ବଳ ରହିଛି ଏବଂ ଏହି କେନ୍ଦ୍ରଗୁଡ଼ିକ ତାଲିମ ଦେବାରେ ପ୍ରମୂଖ ଭୂମିକା ବହନ କରୁଛନ୍ତି ସେହିଭଳି ଦୁର୍ଗମ ବ୍ଲକ୍ ଓ ଆଖପାଖ ଜିଲ୍ଳାରେ ସ୍ଥାପନ କରାଯାଇଥିବା ସ୍ଥାନୀୟ ତାଲିମ କେନ୍ଦ୍ର ଦକ୍ଷତା ବିକାଶ, ଗୋଷ୍ଠୀ ସଂପୃକ୍ତି ଓ ସଚେତନତା ଶିବିର ଆଦି ପାଇଁ କାର୍ଯ୍ୟ କରୁଛି ।

ତାଲିମ ଓ ସଂପୃକ୍ତିର ବିକେନ୍ଦ୍ରୀକରଣ କରି ବିତରଣ କମ୍ପାନୀ ଗୁଡ଼ିକ ବିଭିନ୍ନ ସମ୍ପ୍ରଦାୟର ବହୁ ଯୁବକଯୁବତୀଙ୍କୁ ସଶକ୍ତ କରିବାକୁ ଅଭିଳାଷ ରଖିଥିବା ବେଳେ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ସମାନ ଭାବେ ସମସ୍ତଙ୍କ ପାଖରେ ପହଂଚାଇଛନ୍ତି । ଯାହା ଜିଲ୍ଲାଗୁଡ଼ିକରେ ସାମଗ୍ରିକ ଗୋଷ୍ଠୀ ବିକାଶକୁ ସୁଦୃଢ଼ କରୁଛି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏହି ତାଲିମ ମଡ୍ୟୁଲଗୁଡ଼ିକ ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକୀୟ ଦକ୍ଷତା ପ୍ରଦାନ କରୁଥିବା ବେଳେ ଉଦ୍ୟମିତାର ଏକ ସଂସ୍କୃତି ସମୃଦ୍ଧ କରୁଛି । ଯାହା ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ କରୁଛି । ଜୀବିକା ଦକ୍ଷତା ବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ଲଘୁ ଦକ୍ଷତା ତାଲିମ ପ୍ରଦାନ କରି ସେମାନଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରାଯାଉଛି । ସେମାନଙ୍କୁ ରିଜ୍ୟୁମ୍ ଲେଖିବା ଓ ସକ୍ଷାତକାରରେ ଭାଗ ନେବା ଲାଗି ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯାଉଛି । “ଦୀର୍ଘସ୍ଥାୟୀ ଅଭିବୃଦ୍ଧି ଓ ସମୃଦ୍ଧି ପାଇଁ ଓଡ଼ିଶାର ବିତରଣ କମ୍ପାନୀ ଗୁଡ଼ିକରେ ଆମେ ଶିକ୍ଷା ଓ ଦକ୍ଷତା ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଜାଣିଛୁ । ଧନ୍ଦାମୂଳକ ତାଲିମ କେନ୍ଦ୍ରଗୁଡ଼ିକର ବ୍ୟାପକ ନେଟ୍ୱର୍କ ଜରିଆରେ ବିଭିନ୍ନ ପୃଷ୍ଠଭୂମିର ଯୁବବର୍ଗଙ୍କୁ ସଶକ୍ତ କରିବାକୁ ଆମେ ପ୍ରତିଶୃତିିବଦ୍ଧ ।

ନିଜ ଭିତରେ ଥିବା ସମ୍ଭାବନାକୁ ଉଜାଗର କରିବା ଲାଗି ଲୋକମାନଙ୍କୁ ଆବଶ୍ୟକ ଉପକରଣ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ଯାହା ସେମାନଙ୍କୁ ସମାଜ ପ୍ରତି ଅର୍ଥପୂ୍ର୍ଣ୍ଣ ଯୋଗଦାନ ପ୍ରଦାନ କରିବା ଏବଂ ସଫଳତା ଆଡ଼କୁ ପଥ ପ୍ରଶସ୍ତ କରିବାରେ ସକ୍ଷମ କରୁଛି ବୋଲି ଟାଟା ପାୱାରର ସଭାପତି( ଟିଆଣ୍ଡ୍ଡି) ଶ୍ରୀ ସଞ୍ଜୟ ବାଙ୍ଗା କହିଛନ୍ତି ।’’ ନିକଟରେ ଟିପିଏନ୍ଓଡିଏଲ୍ ଭିଟିସିର ୨୪ ଜଣ ପିଲାଙ୍କୁ ଟିସିଏସ୍ରେ ନିଯୁକ୍ତି ପ୍ରଦାନ କରାଯାଇଛି । ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ଯୋଗାଯୋଗ ଦକ୍ଷତା, ମୌଖିକ ଓ ଅଣ ମୌଖିକ ରିଜନିଂ, ଦଳଗତ କାର୍ଯ୍ୟ, ସମସ୍ୟା ସମାଧାନ, ସମୟ ପରିଚାଳନା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ଉପରେ ୨୧ ଦିିନିଆ କଠୋର ତାଲିମ ପ୍ରଦାନ କରାଯାଇଥିଲା । ଟିସିଏସ୍ ବ୍ୟତୀତ ବଜାଜ ଫାଇନାନ୍ସ , ବାଲାଜୀ ଫାଇନାନ୍ସ , ଡ଼ିଆଇସି ଭଳି ଅନ୍ୟାନ୍ୟ କମ୍ପାନିରେ ଆମ ଭିଟିସିର ପ୍ରାର୍ଥୀଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଯୁକ୍ତି ପ୍ରଦାନ କରାଯାଇଛି ।
ଚାକିରି ପାଇଁ ଚୟନ ହୋଇଥିବା ଛାତ୍ର ପ୍ରସନ୍ନ କୁମାର ସାହୁ ଟିପିଏନ୍ଓଡିଏଲ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, “ମୋତେ ଦେଇଥିବା ତାଲିମ ଓ ସହାୟତା ପାଇଁ ମୁଁ ଟିପିଏନ୍ଓଡିଏଲ୍ ପ୍ରତି କୃତଜ୍ଞ ଯାହା ମୋତେ ମୋ ସ୍ୱପ୍ନର ଅନୁଷ୍ଠାନରେ ପ୍ରବେଶ କରିବାରେ ସହାୟକ ହୋଇଛି । ବିଭିନ୍ନ ଆହ୍ୱାନକୁ ସାମ୍ନା କରି ନିଜ ଲକ୍ଷ୍ୟ ହାସଲ କରିବା ଲାଗି ଏହି ତାଲିମ ମୋ ଭିତରେ ଆତ୍ମପ୍ରତିଶ୍ରୁତି ଜାଗ୍ରତ କରିଛି । ଏହି ସୁଯୋଗର ସର୍ବାଧିକ ସଦୁପଯୋଗ କରିବାକୁ ମୁଁ ଉତ୍ସାହର ସହ ଚାହିଁରହିଛି ।’’ ଟାଟା ଗ୍ରୁପ୍ର ଆଫିରମେଟିଭ୍ ଆକ୍ସନ ପ୍ରୋଗ୍ରାମ୍ରୁ ଉଦ୍ଧୃତ ଏହି ସାମାଜିକ ନବସୃଜନ ଫ୍ରେମ୍ୱର୍କ ଚାରିଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ । ତାହା ହେଉଛି ଶିକ୍ଷା, ନିଯୁକ୍ତି ହାସଲ କରିବାର କ୍ଷମତା, ଉଦ୍ୟମିତା ଏବଂ ନିଯୁକ୍ତି । ବିତରଣ କମ୍ପାନୀ ଗୁଡ଼ିକର ମିଳିତ ଉଦ୍ୟମ ସକାରାତ୍ମକ ପ୍ରଭାବ ଆଣିବା ଏବଂ ସାରା ରାଜ୍ୟରେ ଦୀର୍ଘସ୍ଥାୟୀ ଅଭିବୃଦ୍ଧିର ପ୍ରସାର କରିବା ଲାଗି ଏକ ମିଳିତ ସମର୍ପଣ ଭାବକୁ ପ୍ରତିଫଳିତ କରୁଛି । ପ୍ରତିଭାବାନ ମାନଙ୍କୁ ସମୃଦ୍ଧ କରି ଉଦ୍ୟମିତାକୁ ଉତ୍ସାହିତ କରିବା ସହ ଏହି ଉଦ୍ୟମଗୁଡ଼ିକ ଗୋଷ୍ଠୀକୁ ସହଯୋଗ କରିବାରେ ବିତରଣ କମ୍ପାନୀ ଗୁଡ଼ିକର ରହିଥିବା ଅତୁଟ ସମର୍ପଣକୁ ଦର୍ଶାଉଛି ।
About Tata Power :-
Tata Power is a leading integrated power company and a part of Tata Group, India’s largest multi- national business conglomerate. The company has a diversified portfolio of 14453 MW, spanning across the entire power value chain – from renewable and conventional energy generation to transmission & distribution, trading, storage solutions and solar cells and module manufacturing. As a pioneer of clean energy transition in India, Tata Power has 5593 MW of clean energy generation, which constitutes 39% of its total capacity.
The company has also committed to achieve carbon neutrality before 2045.Tata Power has established India’s most comprehensive clean energy platform, with offerings such as rooftop solar, microgrids, storage solutions, EV charging infrastructure, home automation et al. The company has also attracted global investors to support its growth and vision. Tata Power has successfully partnered with public and private entities in generation, transmission & distribution sectors in India, serving approx.13 million customers across the country. To know more about Tata Power, visit www.tatapower.com














