୨୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ମୋହନା ବ୍ଳକ ଅନ୍ତର୍ଗତ ବଡଖଣି ଗ୍ରାମରେ ପଥର ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିଲା ଜଣେ ନାବାଳକ । ନାବାଳକ ହେଲେ ସେହି ଗାଁର ବ୍ରହ୍ମା ମଲିକ(15) । ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କହିଥିଲେ ।

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଛି । ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ ଗାଁ ପଡିଆରେ କିଛି ପିଲା ଖେଳୁଥିଲେ । ଏହି ସମୟରେ ବ୍ରହ୍ମା ଏକ ପଥର ଉପରେ ବଢିଲା ବେଳେ ପଥରଟି ଖସି ପଡିଥିଲା ।

ପଥର ତଳେ ଚାପି ହୋଇଯାଇଥିଲେ ବ୍ରହ୍ମା । ତୁରନ୍ତ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ବ୍ରହ୍ମାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଦେଢ ଘଣ୍ଟା ପରେ ଗ୍ରାମବାସୀ ବହୁ ଚେଷ୍ଟା କରି ତାଙ୍କ ଉଦ୍ଧାର କରି ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ ।















