୨୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> କାଳବୈଶାଖା ବଜ୍ରପତାରେ ଗଜପତି ଆର,ଉଦୟଗିରି ବ୍ଳକ ରଣ୍ଡିବା ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ହରିଶ୍ଚନ୍ଦ୍ର ମହାଙ୍କୁଡଙ୍କ ଗୋଟିଏ ବଦଳ ଏବଂ ରାଜେନ୍ଦ୍ର ମହାଙ୍କୁଡଙ୍କ ଗୋଟିଏ ବଦଳ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ବଳଦ ଆହତ ହୋଇଛି । ସୂଚନା ଅନୁସାରେ ସକାଳୁ ବଳଦଙ୍କୁ ଗୁହାଳରୁ ବାହାର କରିବା ପରେ ପରେ ବର୍ଷା ଆରମ୍ଭ ହୋଇଥିଲା ।

ବର୍ଷାଯୋଗୁଁ ବଳଦମାନେ ଏକ ଗଛ ତଳେ ଆଶ୍ରୟ ନେଇଥିଲା । ଏହି ସମୟରେ ବଜ୍ରାପାତ ଘଟିଥିଲା । ଲୋକେ କୌଣସି ଅଘଟଣ ହୋଇଥିବା ସନ୍ଦେହରେ ସେଠାରେ ପହିଞ୍ଚି ଦେଖିବାବେଳକୁ ବଳଦ ମୃତ ପଡିଥିବା ଦେଖିଥିଲେ । ଆହତ ବଳଦକୁ ଲୋକେ ପଶୁ ଡାକ୍ତରଙ୍କ ଜରିଆରେ ଚିକିତ୍ସା କରିଥିଲେ ।














