୨୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ନୂତନ ଅଧୀକ୍ଷକ ଭାବେ ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ଶ୍ରୀକାନ୍ତ ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଅଧିକ୍ଷକ ଭାବେ ନିୟୋଜିତ ଥିଲେ । ଏଠାରେ ସେ ନୂତନ ଅଧୀକ୍ଷକ ଭାବେ ଯୋଗ ଦେବା ପରେ ଅଞ୍ଚଳବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା,
ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ସହ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଉତ୍ତମ ପରିଚାଳନା ଦ୍ୱାରା ଉପଖଣ୍ଡ ଚିକିତ୍ସାଳୟ ଯେପରି ଜନ ସାଧାରଣଙ୍କ ନିକଟରେ ବିଶ୍ୱସନୀୟ ହୋଇ ପାରିବ ସେଥିପ୍ରତି ଅଗ୍ରାଧିକାର ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି । ଜଣେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଉପଖଣ୍ଡ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ଅଲଟ୍ରା ସାଉଣ୍ଡ ପରୀକ୍ଷାକୁ ଅଧିକ ଗୁରୁତ୍ବ ଦେବା ସହ କର୍କଟ ରୋଗର ପୂର୍ବାବସ୍ଥାରେ ଚିହ୍ନଟ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଦିଗରେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ସେ କହିଛନ୍ତି ।

















