କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ସମ୍ବନ୍ଧୀୟ ସମୀକ୍ଷା ବୈଠକ

୨୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଳାହାଣ୍ଡି :-> ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷଣ , ଖର୍ଚ୍ଚ ନିରୀକ୍ଷଣ ସେଲ,ଆଚରଣ ବିଧି, ଭିଡିଓ ଟିମ୍, ଷ୍ଟାଟିକ ସର୍ଭେଲାନ୍ସ ଟିମ୍,ଲେଖା ହିସାବ ଟିମ୍,ଅଭିଯୋଗ ନିୟନ୍ତ୍ରଣ ରୁମ୍ ଟିମ୍, ଏମ ସି ଏମ ସି ର ନୋଡାଲ ଅଧିକାରୀ ଏବଂ ଅନ୍ୟ ଅଧିକାରୀ ମାନେ ତାଲିମ ଗ୍ରହଣ କରିଥିଲେ। ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଜି ଅଭିଳାଷ,

ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ସି ଡି ଓ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ, ଧର୍ମଗଡ ଉପଜିଲ୍ଲାପାଳ ଧିମନ ଚକମା, ଭବାନୀପାଟଣା ଉପ ଜିଲ୍ଲାପାଳ ଡ ବିଶ୍ୱଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଚରଣ ବିଧି ଲାଗୁ ହେଲା ପରେ ଏହି ଟିମ୍ ମାନଙ୍କର ଗୁରୁ ଦାୟିତ୍ଵ ନିର୍ବାହ ସହ ଅତି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଆଚରଣ ବିଧି ଉଲଘଂନ, ଜାତି,ଧର୍ମ,ଭାଷା,

ଚରିତ୍ରକୁ ନେଇ ଉତ୍ତେଜନା ମୂଳକ ଭାଷଣ, ଆୟୋଜିତ ସଭାରେ ସମସ୍ତ ସାଜସଜ୍ଜା ବ୍ୟବସ୍ଥାର ଭିଡିଓ ରେକର୍ଡିଂ, ପାର୍ଥୀଙ୍କ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚର ବିବରଣୀ, ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଭିନ୍ନ ଧମକ ଦେବା, ଲାଞ୍ଚ ଦେବା ଭଳି ଅନୈତିକ ଉପାୟ ଅବଲମ୍ବନ , ସି -ଭିଯିଲ ଆପ୍ ର ବ୍ୟବହାର ଉପରେ ପି ପି ଟି ମାଧ୍ୟମରେ ନିର୍ବାଚନରେ ନିୟୋଜିତ ଟିମ୍ ଅଧିକାରୀଙ୍କୁ ବିଶେଷ ତାଲିମ ଦିଆଯାଇଥିଲା ।