ଓଡିଶା ତାଜା ନ୍ୟୁଜ୍ (୨୯ ଜୁଲାଇ ବୁଧବାର ) କଟକ :- ଶିକ୍ଷାବର୍ଷ ୨୦୧୯-୨୦ ରେ ବିଦ୍ୟାଭାରତୀ ,ଶିକ୍ଷା ବିକାଶ ସମିତି , ଓଡିଶାଙ୍କ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ,ଶିଖରପୁର ,କଟକ ୧୧୮ ଜଣ ଛାତ୍ରଛାତ୍ରୀ ଓଡିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦ ୧୦ ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ରେ ଅଂଶ ଗ୍ରହଣ କରିଥିଲେ ।
ତନ୍ମଧ୍ୟ ରୁ ୦୮ ଜଣ A1 , ୧୭ ଜଣ A2 ,୨୪ ଜଣ B1 , ୨୨ ଜଣ B2, ୧୭ ଜଣ C ,୧୮ ଜଣ D ଓ ୧୨ ଜଣ E ଗ୍ରେଡ୍ ରେ ସଫଳତା ପୂର୍ବକ ଉତ୍ତୀର୍ଣ୍ଣ ହୋଇଛନ୍ତି , ବିଦ୍ୟାଳୟର ଫଳାଫଳ ଶତ ପ୍ରତିଶତ ରଖି ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ଅଙ୍କିତା ନାୟକ , ୫୬୬ ନମ୍ବର ରଖି ବିଦ୍ୟାଳୟ ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଛାତ୍ର ଛାତ୍ରୀ ଙ୍କ ସଫଳତା ରେ ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।
ଛାତ୍ର ଛାତ୍ରୀ ଙ୍କ ସଫଳତା ରେ ବିଦ୍ୟାଳୟ ର ପରିଚାଳନା ସମିତି ର ସଭାପତି ସୁଶ୍ରୀ ପ୍ରତିମା ଶତପଥି , ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ନାୟକ , କୋଷାଧକ୍ଷ ଶ୍ରୀଯୁକ୍ତ ଭାଗିରଥି ଦଳାଇ , ସଦସ୍ୟ ଶ୍ରୀମାନ୍ ଦୁଶ୍ଚନ୍ତ କୁମାର ଦଳେଇ , ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ବୃନ୍ଦ,ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ହୃଷିକେଶ ସ୍ବାଇଁ ଓ ସମସ୍ତ ଆଚାର୍ଯ୍ୟ / ଆଚାର୍ଯ୍ୟା ବୃନ୍ଦ ଶିଶୁ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଖୁଆଇ ସେମାନଙ୍କ ଉତ୍ତରତ୍ତର ଉନ୍ନତି ନିମନ୍ତେ କାମନା କରିଛନ୍ତି । (ରିପୋର୍ଟ – ରଶ୍ମିତା ମହାପାତ୍ର)