୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁରଗ୍ରାମ ଠାରେ ଦେଶାଇ ଫାଉଣ୍ଡେସନ ସହାୟତା’ରେ ସ୍ବେଛାସେବୀ ଅନୁଷ୍ଟାନ ସିସିଡ଼ି: ପକ୍ଷ’ରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି। । ସ୍ଥାନୀୟ ଗ୍ରାମର ମୁଖିୟା ଓ ଡାକ୍ତର ଶ୍ରୀମତୀ କେ: ବିଜୟା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିର’ରେ ଆସିଥିବା ଜନସାଧରଣ’ଙ୍କୁ ମାଗଣା’ରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରା ଯାଇଥିଲା ।

ଡାକ୍ତର ଶ୍ରୀମତୀ କେ: ବିଜୟା ଉପସ୍ଥିତ ରହି ଜନସାଧାରଣଙ୍କୁ ରୋଗ ଗୁଡିକ କିପରି ଶୀଘ୍ର ଚିହ୍ନଟ କରିବା ଓ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ସହିତ ସରକାର’ଙ୍କ ମାଗଣା ଔଷଧ ବ୍ୟବହାର କରିବା , ବିନା ଡାକ୍ତର’ଙ୍କ ପରାମର୍ଶରେ କୌଣସି ଔଷଧ ବ୍ୟବହାର ନ କରିବା ଓ ଅନ୍ଧ ବିଶ୍ଵାସ ଠାରୁ ଦୂରେଇ ରହିବା ଇତ୍ୟାଦି ବିଷୟରେ ବୁଝାଇ ସଚେତନ କରାଇଥିଲେ ।

ଏହି ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ’ରେ ୨୦୮ ଜଣ’ଙ୍କ ମାଗଣା ରକ୍ତଚାପ ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ’କୁ ଦେଶାଇ ଫାଉଣ୍ଡସନର ମୋହନ ଭୂୟାଁ , ଜଗନ୍ନାଥ ଗମାଙ୍ଗ , ଉର୍ମିଲା ମଣ୍ଡଳ , ସାରବୁ କାର୍ଜି , ସୁନିତା ଓ ରୀତାଞ୍ଜଳି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ’କୁ ପରିଚାଳନା କରିଥିଲେ ଓ ଶିଶୁସୁରକ୍ଷା ଟିମ (ସିସିଡ଼ି) କର୍ମକର୍ତ୍ତା ସହଯୋଗ କରିଥିଲେ ।














