୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ବାଲୁଗାଁ ରେଲୱେ ଷ୍ଟେସନ ର ଦକ୍ଷିଣ କ୍ୟାବିନ୍ ନିକଟ ପଞ୍ଚ ନଳା ଶଙ୍ଖ ପାଖ ଏକ ଗଛରେ ଜଣେ ଅଜଣା ବ୍ୟକ୍ତି ର ଶବ ଝୁଲୁଥିବା ଖବର ପାଇବା ପରେ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରଂଭ କରିଛି ।
ଏହା ଯୋଜନା ବଦ୍ଧ ହତ୍ୟା ନା ଆତ୍ମହତ୍ୟା ପ୍ରାଥମିକ ତଦନ୍ତରୁ କିଛି ଜଣା ପଡ଼ିନାହିଁ। ମ୍ରୃତକ ଙ୍କ ର ଚିହ୍ନଟ ବି ହୋଇ ପାରିନାହିଁ।ମାଟିଆ ରଙ୍ଗର ପ୍ୟାଣ୍ଟ ଓ ଚେକ୍ ସାର୍ଟ ପିନ୍ଧି ଥିବା ବ୍ୟକ୍ତିଙ୍କ ର ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି ।














