୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ବ୍ଲକ୍ ରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ହଳଧର ଶବର ଯୋଗ ଦେଇ ଛନ୍ତି।୨୦୧୫ ଓଏଏସ ଵ୍ୟାଚ୍ ର ଏହି ଅଧିକାରୀ ଗଜପତି ଜିଲ୍ଲାର ମୋହନା ବ୍ଲକ୍ ରୁ ବଦଳି ହୋଇ ବିଦାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ ଙ୍କ ସ୍ଥାନରେ ଯୋଗ ଦେଇଛନ୍ତି। ଏହି ଅବସରରେ ଚିଲିକା ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ବେହେରା ,

ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ ପ୍ରମୁଖ ଶ୍ରୀ ଶବରଙ୍କୁ କାର୍ଯ୍ୟାଳୟ ରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ଵାଗତ ସମ୍ଵର୍ଦ୍ଧନା ପ୍ରଦାନ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନ ସହ ସମସ୍ତ ସରକାରୀ ଉନ୍ନୟନ କାର୍ଯ୍ୟକୁ ସେ ସୁଚାରୁ ଭାବେ ପରିଚାଳନା କରିବେ ବୋଲି ଗଣ ମାଧ୍ୟମର ପ୍ରତିନିଧି ଏବଂ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ସେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।














