୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରାଜସୁନାଖଳା :-> ରାଜସୁନାଖଳା କୁ ଏନ ଏ ସି ମାନ୍ୟତା ଦାବିରେ ଦ୍ୱିତୀୟ ଦିନରେ ଜାରି ରହିଛି ଅନଶନ l ନୟାଗଡ଼ ଜିଲ୍ଲା ର ଦ୍ୱିତୀୟ ବୃହତମ ବ୍ୟବସାୟିକ ପେଣ୍ଠସ୍ଥଳ ରାଜସୁନାଖଳା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦାବିରେ ଅନଶନ ରେ ବସି ରହିଛନ୍ତି ସ୍ଥାନୀୟ ଯୁବ ସମାଜସେବୀ ତଥା ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ l
ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଅନଶନ ସ୍ଥଳରେ ଦ୍ୱିତୀୟ ଦିନରେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ପହଞ୍ଚି ସମର୍ଥନ ଜଣାଇଛନ୍ତି l ରାଜ ସୁନାଖଳା ଫାଣ୍ଡି ପୋଲିସ ପହଞ୍ଚି ସୁରକ୍ଷା ଦେଉଥିବା ବେଳେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ପହଞ୍ଚି ସମର୍ଥନ ଜଣାଇଛନ୍ତି l
ତେବେ ଜିଲ୍ଲାର ଦ୍ୱିତୀୟ ବୃହତମ ସହରାଞ୍ଚଳ ସହ 14 ହଜାର ରୁ ଊର୍ଧ୍ଵ ଜନସଂଖ୍ୟା ଥିବା ବେଳେ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାରେ ଅବହେଳା କରିଥିବା ଅଭିଯୋଗ ହେଉଛି l ତେବେ ଅନଶନକାରୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ପ୍ରଶାସନିକ ସମ୍ବେଦନଶୀଳତା କୁ ନେଇ ପ୍ରଶ୍ନ ଉଠିଛି l ତେବେ ଅନଶନଭଙ୍ଗ ଉଦ୍ୟମ ହେଲେ ଜନଆନ୍ଦୋଳନ ତୀବ୍ର ହେବ ବୋଲି ସୂଚନା ମିଳିଛି l