୧୯ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି ଛେଳିଗଡ ଗ୍ରାମର ଦୁଇ ଯୁବକ ବାଇକ୍ ଦୁର୍ଘଟଣରେ ୨ ମୃତ୍ୟୁ । ମଙ୍ଗଳବାର ଅପରାହ୍ନ ସମୟରେ ଛେଳିଗଡ ଗ୍ରାମ ଖ୍ରୀଷ୍ଟାଆନ ସାହିର ମଣ୍ଟୁ ପାଳ ଓ ଟୁକୁନା ସିଂ ଡୁମ୍ବା ପାର୍କ ନିକଟଥିବା ଝରଣାକୁ ଗାଧେଇକୁ ବାଇକରେ ନମ୍ବର OD02 X6436 ଗାଡିରେ ଯାଉଥିବିା ସମୟରେ ବାଇକ୍ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡିଥିଲେ । ଦୁଇ ଜଣ ଗୁରୁତ୍ବ ଆହତ ହୋଇଥିଲେ ।
ଘଟଣାସ୍ଥଳରେ ଜଣର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣ ଗୁରୁତର ଆହତକୁ ସ୍ଥାନୀୟ ଲୋକେ ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଆହତକୁ ଡାକ୍ତର ମୃତ ଘୋଷଣା କହିଥିଲେ । ଏହି ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହିଞ୍ଚି ଦୁର୍ଘଟଣା ଗାଡିକୁ ଜବତ କରିବା ସହ ଶବକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଲେ । ଏ ନେଇ ଆର,ଉଦୟଗିରି ଥାନାରେ କେସ ନଂ ୩୮/୨୪ ମାମଲା ରୁଜୁ କରି ଏହାର ଅଧିକ ପୁଲିସ ତଦନ୍ତ କରୁଛନ୍ତି ।















