ଓଡିଶା ତାଜା ନ୍ୟୁଜ୍ (୨୯ ଜୁଲାଇ ବୁଧବାର ) ବାଲେଶ୍ୱର :- ବିବାଦ ରେ ପାଉଁଶକୁଲି ପଂଚାୟତ। ପୂର୍ବରୁ ଭତ୍ତା ଓ ଗୃହ ବଣ୍ଟନ ପାଇଁ ବିବାଦରେ ଥିବା ବେଳେ, ପଂଚାୟତ ମିଟିଂ କୁ ନେଇ ତେଜୁଛି ପୁଣି ଏକ ନୂଆ ବିବାଦ।ପାଉଁଶକୁଲି ସରପଞ୍ଚ ରାଧାକୃଷ୍ଣ ସେଠି ଓ ନାଏବ ସରପଞ୍ଚ ମିନତୀ ପରିଡାଙ୍କ କଳି ଦାଣ୍ଡରେ ପଡି ହାଟରେ ଗଡୁଛି। ଆଜି ପଂଚାୟତ କାର୍ୟ୍ୟାଳୟରେ ସଭ୍ୟ ସଭ୍ୟାଙ୍କ ମିଟିଂ ହେବାକୁ ଥିବା ବେଳେ, ପଂଚାୟତ ପକ୍ଷରୁ ନାଏବ ସରପଞ୍ଚ ମିନତୀ ପରିଡାଙ୍କୁ ବିଧିବଧ ଅବଗତ କରା ଯାଇନଥିଲା ।
ଏନେଇ ନାଏବ ସରପଞ୍ଚ ବସ୍ତା ବିଡ଼ିଓ ଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ମିଟିଂ ରେ ଉପସ୍ଥିତ ରହିବେ , କୌଣସି ଅପ୍ରିତି କର ପରିସ୍ଥିତି ହେଲେ ବ୍ଲକ ପ୍ରସାସନ ଦାୟୀ ରହିବ । ଆଜିର ପଂଚାୟତ ବୈଠକ ରେ ଜିପିଓ ଅଞ୍ଜନ ପାଣିଗ୍ରାହୀ, ସରପଞ୍ଚ, ସମସ୍ତ ସଭ୍ୟ ସଭ୍ୟା ସମେତ, ପଂଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ । ବୈଠକ ବେଳେ ଉଭୟ ଗୋଷ୍ଠି ଙ୍କ ମଧ୍ୟରେ କଥା କଟାକଟି କୁ ନେଇ ଉତେଜନା ଦେଖାଦେଇଥିଲା ।
ଏମିତି କି ମୁଖ୍ୟ ଫାଟକ ରେ ତାଲା ପକାଇବା କୁ କିଛି ସଭ୍ୟ ସଭ୍ୟ ଉଦ୍ୟମ କରିଥିଲେ । ସିଂଲା ଆଇ ଆଇ ସି ସୁବ୍ରତ ବେହେରା ଙ୍କ ହସ୍ତକ୍ଷେପ ପରେ ଉତ୍ତେଜନା ଥମିଥିଲା । ତେବେ ଏହି ସମସ୍ୟାର ସମାଧାନ କେବେ ହେଉଛି, ପଂଚାୟତ ବାସିଙ୍କୁ କେବେ ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା । (ଦୀପ୍ତିମାନ / ବାଲେଶ୍ୱର )