ପ୍ରସନ୍ନ ଆଚାର୍ଯ୍ୟ ଙ୍କ ସହ କଥା ହୋଇ ସ୍ୱାସ୍ଥ୍ଯବସ୍ଥା କଥା ବୁଝିଲେ – ଛତିଶଗଡ ରାଜ୍ୟପାଳ

୧୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ସମ୍ବଲପୁର  :->  ଆକସ୍ମିକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଚିକିତ୍ସିତ ହେଉଛନ୍ତି Iସେଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ତତ୍ତ୍ଵାବଧାନରେ ଚିକିତ୍ସା ଚାଲିଛି I ତେବେ ଆଜି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଟେଲିଫୋନ ଯୋଗେ ଶ୍ରୀ ଆଚାର୍ଯ୍ୟ ଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି Iଶ୍ରୀ ଆଚାର୍ଯ୍ୟଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ବେଳେ ଆସନ୍ତାକାଲି ତାଙ୍କର ପ୍ଲାଷ୍ଟିକ ସର୍ଜରୀ ହେବେ ବୋଲି ତାଙ୍କ ସମର୍ଥକଙ୍କ ମହଲରୁ ଜଣାପଡ଼ିଛି I ପ୍ରସନ୍ନ ଆଚାର୍ଯ୍ୟ ଙ୍କ ସହ କଥା ହୋଇ ସ୍ୱାସ୍ଥ୍ଯବସ୍ଥା କଥା ବୁଝିଲେ ଛତିଶଗଡ ରାଜ୍ୟପାଳ I