୧୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ସମ୍ବଲପୁର :-> ଆକସ୍ମିକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଚିକିତ୍ସିତ ହେଉଛନ୍ତି I
ସେଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ତତ୍ତ୍ଵାବଧାନରେ ଚିକିତ୍ସା ଚାଲିଛି I ତେବେ ଆଜି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଟେଲିଫୋନ ଯୋଗେ ଶ୍ରୀ ଆଚାର୍ଯ୍ୟ ଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି I
ଶ୍ରୀ ଆଚାର୍ଯ୍ୟଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ବେଳେ ଆସନ୍ତାକାଲି ତାଙ୍କର ପ୍ଲାଷ୍ଟିକ ସର୍ଜରୀ ହେବେ ବୋଲି ତାଙ୍କ ସମର୍ଥକଙ୍କ ମହଲରୁ ଜଣାପଡ଼ିଛି I ପ୍ରସନ୍ନ ଆଚାର୍ଯ୍ୟ ଙ୍କ ସହ କଥା ହୋଇ ସ୍ୱାସ୍ଥ୍ଯବସ୍ଥା କଥା ବୁଝିଲେ ଛତିଶଗଡ ରାଜ୍ୟପାଳ I
















