୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଦା ଜିଲ୍ଲା :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ପଞ୍ଚାୟତର କୃଷ୍ଣ ପ୍ରସାଦ ଗ୍ରାମରେ ଶନିବାର ଦିନ ଯୁବ ସମାଜ ସେବୀ ମନୋଜ କୁମାର ପ୍ରଧାନକୁ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି! !ଏହି ବନ୍ଧୁମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶିଷ୍ଠ ଅତିଥି ଭାବେ ସମାଜ ସେବୀ ମନୋଜ କୁମାର ପ୍ରଧାନ , ନିଲୁ ନାଥ, ନିଶିତ ପଟ୍ଟନାୟକ ଓ ଜିଲୁ ସ୍ୱାଇଁ ପ୍ରମୁଖ ବେଣାଗାଡ଼ିଆ ପାଟଣା ଓ କୃଷ୍ଣ ପ୍ରସାଦ ଆଦିବାସୀ, ଅସହାୟ ଗରିବ ଭିନ୍ନକ୍ଷମ ଲୋକମାନଙ୍କୁ ଭେଟି ଗ୍ରାମର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ଏବଂ ରାଜ୍ୟ ସରକାର ଗମନାଗମନ,

ପାନୀୟ ଜଳ ସ୍ୱାସ୍ଥ୍ୟ ପରିମଳ ଓ ଆଦିବାସୀ, ଗରିବ ଅସହାୟ ଓ ଭିନ୍ନକ୍ଷମ ମାନଙ୍କ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବୋଲଗଡ଼ ବ୍ଲକ ସାଗର ଗାଁ ପଞ୍ଚାୟତ ଅନ୍ତର୍ଗତ ବେଣାଗାଡ଼ିଆ ପାଟଣା ଓ କୃଷ୍ଣ ପ୍ରସାଦ ଗ୍ରାମ ଗୁଡିକରେ ସେମାନଙ୍କ ମୌଳିକ ସୁବିଧା ମିଳୁ ନଥିବାରୁ ବ୍ଲକ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।

ସମାଜ ସେବୀ ମନୋଜ ପ୍ରଧାନ ପହଞ୍ଚି ସ୍ଥାନୀୟ ଜନତାଙ୍କୁ ସାନ୍ତ୍ଵନା ଦେଇଥିଲେ। ମନୋଜ ପ୍ରଧାନ ଆସନ୍ତା ସାଧାରଣ ନିର୍ବାଚନରେ ବୋଲଗଡ ବେଗୁନିଆ ରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଜଣା ପଡିଛି। ମନୋଜ ପ୍ରଧାନ ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଗଡମାଣିତ୍ରି ଗ୍ରାମର ବାସିନ୍ଦା ବୋଲି ଜଣା ପଡ଼ିଛି । ପ୍ରାୟ ଶହେରୁ ଉର୍ଦ୍ଧ୍ବ ଜନ ସମାଗମ ଦେଖିବାକୁ ମିଳିଥିଲା













