ଓଡିଶା ତାଜା ନ୍ୟୁଜ୍ (୨୯ ଜୁଲାଇ ବୁଧବାର ) ହିଞ୍ଜିଳିକାଟୁ :- ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି । ସାରା ରାଜ୍ୟରେ ପାସହାର ୭୮.୭୬ % ରହିଥିବା ବେଳେ ହିଂଜିଳି ବ୍ଳକରେ ପାସ ହାର ୮୬.୫ % ରହିଛି । ଚଳିତ ବର୍ଷ ୧୦ ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ହିଂଜିଳି ବ୍ଳକର ୨୬ ଟି ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧୭୮୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫୪୬ ଜଣ ପାସ କରିଥିବା ବେଳେ ୨୩୯ ଜଣ ଫେଲ୍ ହୋଇଛନ୍ତି ।ସେଥି ମଧ୍ୟରୁ ଏ-୧ରେ ୪ଜଣ , ଏ-୨ରେ ୪୦, ବି-୧ରେ ୮୬, ବି-୨ରେ ୧୫୦, ସି ଗ୍ରେଡ଼୍ରେ ୨୧୧,ଡ଼ି ଗ୍ରେଡ଼ରେ ୩୩୮, ଇ ଗ୍ରେଡ଼ରେ ୭୧୬ ପରୀକ୍ଷାର୍ଥ ଉତୀର୍ଣ୍ଣ ହୋଇଥିବା ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ହିଂଜିଳିକାଟୁ ପୌରାଂଚଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩ ଜଣ ଶିକ୍ଷାର୍ଥୀ ଏ-୧ ରେ ପାସ କରିଛନ୍ତି । ସେମାନେ ହେଲେ ମଧୁସ୍ମିତା ବେହେରା- ୫୭୨ ମାର୍କ, ଅଙ୍କିତା ସାହୁ-୫୫୬ ମାର୍କ, ଯାଜ୍ଞସେନୀ ସ୍ୱାଇଁ – ୫୪୦ ମାର୍କ ରଖିଛନ୍ତି ।
ସେହିପରି ବେଲଗାଁ ରଘୁନାଥ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଏ-୧ରେ ପୁନମ ରାଣୀ ଦାଶ ୫୫୫ ମାର୍କ ରଖିଛନ୍ତି । ବାଳକୃଷ୍ଣପୁର ସରକାରୀ ଉତୀର୍ଣ୍ଣ ଉଚ୍ଚ ବିଦ୍ୟାଳୟରେ ୨୯ ରୁ ୨୧ ପାସ ହୋଇଛନ୍ତି । ଦୟାନିଧିପୁର ସଂସ୍କୃତ ବିଦ୍ୟାଳୟର ୫ରୁ ୪ ପରୀକ୍ଷାର୍ଥୀ ପାସ କରିଛନ୍ତି । ସାହାପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ୫୭ ରୁ ୫୪ ପରୀକ୍ଷାର୍ଥୀ ପାସ କରିଛନ୍ତି । ମକରଝୋଳ ଉଚ୍ଚ ବିଦ୍ୟାଳୟର ୫୧ ରୁ ୪୧ ପରୀକ୍ଷାର୍ଥୀ ପାସ କରିଛନ୍ତି । ଦୁର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟର ୮୭ ରୁ ୭୯ ପରୀକ୍ଷାର୍ଥୀ ପାସ କରିଛନ୍ତି । ସିକିରି ଉଦୟନାଥ ହାଇସ୍କୁଲର ୧୦୨ ରୁ ୯୦ ପରୀକ୍ଷାର୍ଥୀ ପାସ କରିଛନ୍ତି । ଆଲପୁର ହାଇସ୍କୁଲର ୮୫ ରୁ ୭୪ ପରୀକ୍ଷାର୍ଥୀ ପାସ କରିଛନ୍ତିି ।ଭାବନ୍ଧ ହାଇସ୍କୁଲର ୩୨ ରୁ ୨୫ ପରୀକ୍ଷାର୍ଥୀ ପାସ କରିଛନ୍ତିି । ବେଲଗାଁ ରଘୁନାଥ ବିଦ୍ୟାପିଠର ୪୪ ରୁ ସମସ୍ତ ପରୀକ୍ଷାର୍ଥୀ ପାସ କରିଛନ୍ତି । ଖରିଡ଼ା ଉଚ୍ଚ ବିଦ୍ୟାଳୟର ୨୭ ରୁ ୩୨ ପରୀକ୍ଷାର୍ଥୀ ପାସ କରିଛନ୍ତି । ଶାସନ ଆମ୍ବଗାଁ ବିଦ୍ୟାପିଠର ୧୧୬ ରୁ ୮୨ ପରୀକ୍ଷାର୍ଥୀ ପାସ କରିଛନ୍ତି । ପୋଚିଲିମା ୩୪ ରୁ ୨୫ ପରୀକ୍ଷାର୍ଥୀ ପାସ କରିଛନ୍ତି । ଆଙ୍କୋରଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୧୬ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ଏ- ୧ ରେ ୩ ଜଣ ପରୀକ୍ଷାର୍ଥୀ ରହିଛନ୍ତି ।
କଂଚୁରୁ ସରକାରୀ ଉଚ୍ଚ ବବିଦ୍ୟାଳୟର ୭୭ ରୁ ୭୬ ପରୀକ୍ଷାର୍ଥୀ ପାସ କରିଛନ୍ତି । ବୁରୁପୋଡ଼ା ଭଗବତି ବିଦ୍ୟାପିଠର ୭୩ ରୁ ୭୦ ପାସ କରିଛନ୍ତି । ହିଂଜିଳିକାଟୁ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ବିଦ୍ୟାପିଠର ୩୪୦ ରୁ ୩୧୦ ପାସ କରିଛନ୍ତି । ପୌରାଂଚଳ ଏନଏସି ହାଇସ୍କୁଲ ୪୮ ରୁ ୩୮ ପାସ କରିଛନ୍ତି । ଗଣ୍ଡଳା ଗଣେଷ ବିଦ୍ୟାପିଠର ୮୩ ରୁ ୭୬ ପାସ କରିଛନ୍ତି ।ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠର ୫୨ ରୁ ୩୧ ପାସ କରିଛନ୍ତି । ସାରୁ ହାଇସ୍କୁଲର୪୨ ରୁ ୩୪ ପାସ କରିଛନ୍ତି । ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠର ୬୫ ରୁ ୬୦ ପାସ କରିଛନ୍ତି । ସାପୁଆପଲ୍ଲୀ ହାଇସ୍କୁଲର ୬୬ ରୁ ୪୨ ପାସ କରିଛନ୍ତିି ।ଖଣ୍ଡରା ହାଇସ୍କୁଲର ୨୪ ରୁ ୧୯ ପାସ କରିଛନ୍ତି ।ଡ଼ି. ପାଟପୁର ହାଇସ୍କୁଲର ୪୧ ରୁ ୩୪ ପାସ କରିଛନ୍ତି । ନନ୍ଦିକ ହାଇସ୍କୁଲର ୬ ରୁ ୫୩ ପାସ କରିଛନ୍ତି । ଦୟାପଲ୍ଲୀ ଉଚ୍ଚ ବିଦ୍ୟାଳୟର ୨୮ ରୁ ୨୫ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । (ରିପୋର୍ଟ -ଶେଷଦେବ ସାହୁ )