୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ଦିନରେ ଫେରି ରାତିରେ ଚୋରି ଏହି ଭଳି ଏକ ଜଘନ୍ୟ କାର୍ଯ୍ୟକୁ ବୃତ୍ତି କରିଛନ୍ତି ଦଳେ ଲୁଟେରା । ଦିନରେ ୧୬ନଂ ଜାତୀୟ ରାଜପଥ ପାର୍ଶ୍ଵବର୍ତ୍ତୀ ଗ୍ରାମମାନଙ୍କରେ ଲୋକ ଦେଖଣିଆ ଫେରି ବୃତ୍ତି କରୁଛନ୍ତି ଏବଂ ରାତିହେଲେ ତାଙ୍କ ସହଯୋଗୀମାନଙ୍କ ସହିତ ମିଶି,ଦିନରେ ଠାବ କରିଥିବା ଘରେ ପଶି ତାର ସର୍ବସ୍ବ ଲୁଟି ନେଇ ଘରେ କଳା କନା ବୁଲାଇ ଚାଲି ଯାଉଛନ୍ତି । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ସରଳ ସିଂହ ଗ୍ରାମର ସୀତାରାମ ପ୍ରସାଦ ନାୟକଙ୍କ ଘରେ ।

ଗତକାଲି ତା୧୫-୩-୨୦୨୪ରିଖରେ ଦିନ ବେଳେ କିଛି ଯୁବକ ଗାଡିକୁ ଦୂରରେ ରଖି କିଛି କାଗଜପତ୍ର ଚିତ୍ର ଦେଖାଇ ତାଙ୍କ ଜିନିଷ କିଣିବା ପାଇଁ ସୀତାରାମଙ୍କ ସ୍ତ୍ରୀଙ୍କୁ ପ୍ରବର୍ତ୍ତାଇ ଥିଲେ ।ସେ ବାରମ୍ବାର ମନାକରିଵା ସତ୍ବେ ସେମାନେ ସେ ସ୍ଥାନ ଛାଡୁ ନ ଥିଲେ।କଟୁ ବାକ୍ୟ ପ୍ରୟୋଗ କରିବା ପରେ ଚାଲିଯାଇଥିଲେ।ଏହା ପରେ ସଂଧ୍ୟାରେ ସୀତାରାମ ତାଙ୍କ ପତ୍ନୀ ଓ କନ୍ୟ ମିଶି ବଡ଼ଭାଇଙ୍କ ଘର ନାଚୁଣୀ ଚାଲିଯାଇଥିଲେ।















